ETV Bharat / state

ଅନ୍ଧାରରେ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟର ଟ୍ରାଫିକ ଛକ, ଅପରାଧ ବଢୁଥିବା ଅଭିଯୋଗ - ବୌଦ୍ଧରେ ବିଦ୍ୟୁତ ସରବାରହ ବନ୍ଦ

ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ଛକରେ ବିଦ୍ୟୁତ ସଂପ୍ରସାରଣ ପାଇଁ ଅନ୍ଧକାରରେ ଟ୍ରାଫିକ ଛକ । ଫଳରେ ସଂଧ୍ୟାରେ ବିଭିନ୍ନ ଅଞ୍ଚଳ ଅନ୍ଧକାରରେ ବୁଡିବା ସହିତ ଅପରାଧିକ କାର୍ଯ୍ୟ କଳାପ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ସଂପ୍ରସାରଣ ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ଟ୍ରାଫିକ ଛକ ଅନ୍ଧାର

author img

By

Published : Oct 21, 2022, 4:23 PM IST

ବୌଦ୍ଧ: ଜିଲ୍ଲା ସଦର ମହକୁମାର ମୁଖ୍ୟ ଛକରେ ରାଜୁତି କରୁଛି ଅନ୍ଧାର । ବିଦ୍ୟୁତ ସଂପ୍ରସାରଣ ପାଇଁ ଏଭଳି ପରିସ୍ଥିତି ହୋଇଥିବା ସୂଚନା ମିଳିଥିବାବେଳେ ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଦିନ ଦିନ ଧରି ଲାଗି ରହୁଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ତଥା ଜିଲ୍ଲାର ଏକମାତ୍ର ଟ୍ରାଫିକ ଛକ ଅଞ୍ଚଳରେ ବିଦ୍ୟୁତ କାର୍ଯ୍ୟ ଚାଲିଥିବାରୁ ଟ୍ରାଫିକ ସିଗନାଲ ଗତ ତିନି ଦିନ ହେଲା ବନ୍ଦ ରହିବା ସହିତ ହାଇମ୍ୟାକ୍ସ ଲାଇଟ ଓ ଅନ୍ୟ ଷ୍ଟ୍ରିଟ ଲାଇଟ୍‌ ବନ୍ଦ ରହିଛି । ଫଳରେ ସନ୍ଧ୍ୟା ହେଲେ ଟ୍ରାଫିକ ସମସ୍ୟା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡୁଛି ।

ବିଦ୍ୟୁତ ସଂପ୍ରସାରଣ ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ଟ୍ରାଫିକ ଛକ ଅନ୍ଧାର

ଏପରିକି ବାଘଗୁଡା ଛକଠାରୁ ହାତୀଶାଳ ଛକ ପର୍ଯ୍ୟନ୍ତ ରାସ୍ତାର ଅନେକ ସ୍ଥାନରେ ମଧ୍ୟ ଦୀର୍ଘ ଦିନ ହେଲା ଅନ୍ଧାରିଆ ହୋଇରହୁଛି । ଏପରିକି ହାତୀଶାଳ ଛକର ହାଇମ୍ୟାକ୍ସ ଲାଇଟ ଗତ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲା ଆଦୌ ଜଳୁନାହିଁ । ଉକ୍ତ ହାତୀଶାଳ ଛକଟି ବର୍ତ୍ତମାନ ଗାଇଗୋରୁଙ୍କ କବ୍ଜାରେ ରହିଲା ଭଳି ମନେ ହେଉଛି । ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଏଭଳି ଅନ୍ଧକାର ଯୋଗୁଁ ଦୁର୍ଘଟଣାର ଯଥେଷ୍ଟ ଆଶଙ୍କା ରହିଥିବାବେଳେ ଅପରାଧିକ କାର୍ଯ୍ୟ କଳାପ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

ଗତ କିଛି ଦିନ ମଧ୍ୟରେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଚୋରି, ଲୁଟପାଟ, ଡକାୟତି ଭଳି ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଅନ୍ଧାର ଯୋଗୁଁ ଏଭଳି ଅପରାଧିକ ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା କମଲ ସାମଲ କହିଛନ୍ତି, "ବର୍ତ୍ତମାନ ବୌଦ୍ଧ ଏନଏସି ଛକଠାରୁ ବିଦ୍ୟୁତ ବନ୍ଦ ରହିଛି । ଏନେଇ ଏନଏସି ଅଫିସରେ କହିବା ସତ୍ତ୍ବେ ଏନେଇ କେହି ଶୁଣୁନାହାନ୍ତି । ଏହାଛଡା ତା' ର ମରାମତି ମଧ୍ୟ କରାଯାଉନାହିଁ । ଯାହାଦ୍ବାର ଏଠାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏଥିସହ ହାଇମ୍ୟାକ୍ସ ଲାଇଟ ଓ ଅନ୍ୟ ଷ୍ଟ୍ରିଟ ଲାଇଟ ମଧ୍ୟ ବନ୍ଦ ହୋଇଯାଇଛି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.