ବୌଦ୍ଧ: ଆସନ୍ତାକାଲି(ଗୁରୁବାର) ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନର ଫଳାଫଳ ଜଣାପଡିବ । ଏହା ପୂର୍ବରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଇଭିଏମ ସୁରକ୍ଷା ଠାରୁ ଆରମ୍ଭ କରି ଗୁରୁବାର ଭୋଟ ଗଣତି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଜଣାପଡିଛି ।
ଗୁରୁବାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ଏହା ପୂର୍ବରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସମସ୍ତ ପୂର୍ବ ପ୍ରସ୍ତୁତି ଚୂଡାନ୍ତ କରିଛି । ଭୋଟ ଗଣତି କେନ୍ଦ୍ର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୮୫ କଣ୍ଟାମାଳ ଆସନ ନିମନ୍ତେ ଏମ.ଜେ. ଠାକର ଓ ୮୬ ବୌଦ୍ଧ ଆସନ ନିମନ୍ତେ ଦୀପକ ସିଂ ଅଭଜରଭର ଭାବେ ଉପସ୍ଥିତ ରହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ