ETV Bharat / state

ବୌଦ୍ଧରେ ନିର୍ବାଚନୀ ଉଷ୍ଣତା, ପ୍ରସ୍ତୁତି ଜୋରଦାର

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଖାଲି ନିର୍ବାଚନର ଚର୍ଚ୍ଚା। ଗତ ୧୦ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳ ଓ ଭୋଟର ତତ୍ପର ହୋଇ ଉଠିଛନ୍ତି।

author img

By

Published : Mar 12, 2019, 11:25 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଖାଲି ନିର୍ବାଚନର ଚର୍ଚ୍ଚା। ଗତ ୧୦ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳ ଓ ଭୋଟର ତତ୍ପର ହୋଇ ଉଠିଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସର୍ବଦଳୀୟ ସଭା କରି ସମସ୍ତ ଦଳକୁ ଶାନ୍ତି ଶୃଙ୍ଖଳା ଏବଂ ନିର୍ବାଚନ ନୀତି ନିୟମକୁ ପାଳନ କରିବାକୁ ଅନୁରୋଧ କରିଥିଲେ। ଇତି ମଧ୍ୟରେ ବୌଦ୍ଧ ସହର ସମେତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ ପ୍ରଭୃତି ସ୍ଥାନରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ହୋର୍ଡିଂକୁ ହଟାଇବା ସହ ପ୍ରାଚୀର ଚିତ୍ରକୁ ଆବଶ୍ୟକ ମୁତାବକ ଲିଭାଇ ଦିଆଯାଇଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଜିଲ୍ଲାରେ ନିର୍ବାଚନ ଉଷ୍ମତା ବୃଦ୍ଧି ସହ ଚଳିତ ଥର ନୂତନ ଯୁବ ଭୋଟର ଓ ମହିଳା ଭୋଟର ବିଶେଷ ଭାବରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ବୌଦ୍ଧରେ ବିଜେପି, ବିଜେଡି, କଂଗ୍ରେସ ଓ ସିପିଆଇ ଦଳର ପ୍ରଭାବ ଥିବାବେଳେ କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଲୋକଙ୍କ ଭୋଟ ବ୍ୟାଙ୍କ ସବୁ ଅଙ୍କ ଫେଲ କରିଦେଇପାରେ।

ରାଜନୈତିକ ଦଳର ନେତାମାନେ ଚଳିତ ନିର୍ବାଚନ ଉଭୟ ବୌଦ୍ଧ ଓ କଣ୍ଟାମାଳରେ ଶାନ୍ତିଶୃଙ୍ଖଳା ସହ ହେବାକୁ ଆଶା ରଖିଥିବାବେଳେ ଜିଲ୍ଲା ପ୍ରଶାସନ ଏନେଇ କୌଣସି ଭୁଲ ନ ରଖିବାକୁ ଅଣ୍ଟା ଭିଡିଛି। ଆସନ୍ତା ଏପ୍ରିଲ୧୮ ତାରିଖରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳରେ ଜୋରଦାର ନିର୍ବାଚନ ଲଢ଼େଇ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.