ETV Bharat / state

54 ଜଣ ଅନାଥ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ଉଦ୍ୟମ - 54 orphans in government schemes

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ଶିଶୁ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯେଉଁଠି 54 ଜଣ ଅନାଥ ଶିଶୁଙ୍କୁ ଉପସ୍ଥାପନ କରାଯାଇଥିବା ସୂଚନା ମିଳିଛି ।

54ଜଣ ଅନାଥ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ଉଦ୍ୟମ

author img

By

Published : Mar 5, 2021, 9:37 AM IST

ବୌଦ୍ଧ:ଜିଲ୍ଲାରେ ଅବହେଳିତ ତଥା ଅନାଥ ଶିଶୁମାନଙ୍କ ଥଇଥାନ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଶିଶୁ ସୁରକ୍ଷା ସମାଧାନ ଶିବିରରେ 54 ଜଣ ଅନାଥ ଶିଶୁଙ୍କୁ ଉପସ୍ଥାପନ କରାଯାଇଥିବା ସୂଚନା ମିଳିଛି ।

54ଜଣ ଅନାଥ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ଉଦ୍ୟମ

ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଅବହେଳିତ ତଥା ଅନାଥ ଶିଶୁଙ୍କ ଭବିଷ୍ୟତ । କେଉଁଠି ସ୍କୁଲ ପାଚେରୀ ରଙ୍ଗ ଦିଆ କାର୍ଯ୍ୟରେ ତ ଆଉ କେଉଁଠି ଟେଣ୍ଟ ହାଉସ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଏଭଳି ଶିଶୁ । ଏପରିକି ଇଟାଭାଟି ଭଳି କେତେକ ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଅନାଥ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେବେ ଏଭଳି ଅବହେଳିତ ତଥା ପିତାମାତା ହୀନ ଶିଶୁଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଅଧିକାର ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା କରିଛି ।

ଗୁରୁବାର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ଶିଶୁ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରା ଓ ଶିଶୁ ସୁରକ୍ଷା ବିଶେଷଜ୍ଞ ଘାଷିରାମ ପଣ୍ଡା ଓ ଶିଶୁ ସୁରକ୍ଷା ସହ ଜଡିତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ । ଶିବିରରେ ଉପସ୍ଥାପନ ହୋଇଥିବା 54 ଜଣ ଅନାଥ ଶିଶୁଙ୍କୁ କିଭଳି ସରକାରୀ ଯୋଜନାରେ ସାମିଲ କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.