ETV Bharat / state

୬୯ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଇଷ୍ଟକୋଷ୍ଟ ରେଲୱେ ଚମ୍ପିଆନ

author img

By

Published : Nov 13, 2021, 9:24 PM IST

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଯାପିତ ହେଲା 69ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । କିଟ୍‌ ୟୁନିଭରସିଟିକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ମହିଳା ଦଳ ଚମ୍ପିଆନ । ଅଧିକ ପଢନ୍ତୁ...

ECR team became winner as state level womens volleyball tournament conclude at Boudh stadium
69ତମ ରାଜ୍ୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ, ଇଷ୍ଟକୋଷ୍ଟ ରେଲୱେ ଚମ୍ପିଆନ

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଯାପିତ ହେଲା 69ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । କିଟ୍‌ ୟୁନିଭରସିଟିକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ମହିଳା ଦଳ ଚମ୍ପିଆନ ହୋଇଛି ।

ତିନି ଦିନ ଧରି ଚାଲିଥିବା 69ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କିଟ୍‌ କିସ୍‌ ସହଯୋଗରେ ଆୟୋଜିତ ହୋଇଥିଲା ।

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ରାଜ୍ୟସ୍ତରୀୟ କ୍ରୀଡ଼ାର ଆୟୋଜନ ହୋଇଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ସମୁଦାୟ ୧୫ଟି ମହିଳା ଦଳ ଭାଗ ନେଇଥିଲେ ।

୬୯ତମ ରାଜ୍ୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ, ଇଷ୍ଟକୋଷ୍ଟ ରେଲୱେ ଚମ୍ପିଆନ

ଶନିବାର ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ କିଟ୍‌ ୟୁନିଭରସିଟିକୁ ଇଷ୍ଟକୋଷ୍ଟ ରେଲୱେ ଦଳ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଉଭୟ ଚମ୍ପିଆନ ଓ ରନର୍ସଅପ୍‌ ଦଳକୁ ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ପୁରସ୍କୃତ କରିଥିଲେ ।

ବୌଦ୍ଧ ଜିଲ୍ଲାରେ ମହିଳା ଭଲିବଲ ଦଳର ବିଭିନ୍ନ ଜାତୀୟ ତଥା ଅର୍ନ୍ତଜାତୀୟ ଖେଳାଳି ଯୋଗ ଦେଇଥିବାରୁ ଜିଲ୍ଲାବାସୀ ଏହାକୁ ସ୍ବାଗତ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.