ETV Bharat / state

ବୌଦ୍ଧ ଜିଲ୍ଲାରେ 'ଇ-ଉଡାନ' କାର୍ଯ୍ୟକ୍ରମ - ୱାଇସିଡିଏର ମିଳିତ ଉଦ୍ୟମରେ 'ଇ-ଉଡାନ' କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲାରେ ଚାଇଲ୍ଡ ଲାଇନ ଓ ୱାଇସିଡିଏର ମିଳିତ ଉଦ୍ୟମରେ 'ଇ-ଉଡାନ' କାର୍ଯ୍ୟକ୍ରମ ଆୟୋଜିତ । ଅଧିକ ପଢନ୍ତୁ...

ଇଉଡାନ କାର୍ଯ୍ୟକ୍ରମ
ଇଉଡାନ କାର୍ଯ୍ୟକ୍ରମ
author img

By

Published : Jan 29, 2021, 10:57 AM IST

ବୌଦ୍ଧ: ପୌଷ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ବୌଦ୍ଧ ଜିଲ୍ଲାରେ ପୌଷ ପୂର୍ଣ୍ଣିମା ପାଇଁ ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏହି ଅବସରରେ ଜିଲ୍ଲାର ସଂଗ୍ରହାଳୟ ପରିସରରେ ଚାଇଲ୍ଡ ଲାଇନ ଓ ୱାଇସିଡିଏର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କୁ ନେଇ 'ଇ-ଉଡାନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

'ଇ-ଉଡାନ' କାର୍ଯ୍ୟକ୍ରମ

ଗୋଟିଏ ପଟରେ ଗାଁ ଠାରୁ ସହର ପୌଷ ପୂର୍ଣ୍ଣିମା ପାଳନ ଅନ୍ୟପଟେ ଇ-ଉଡାନ କାର୍ଯ୍ୟକ୍ରମ ସହରବାସୀଙ୍କ ମଧ୍ୟରେ ଅନନ୍ଦ ଆଣିଦେଇଛି । ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ନେଇ ନିଆରା ଢଙ୍ଗରେ ଇ- ଉଡାନ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶିଶୁମାନଙ୍କ ଗହଣରେ ନିଜ ପୁରୁଣା ସ୍ମୃତି ବାଣ୍ଟିଥିଲେ ।

କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ନିଜର ପ୍ରତିଭାକୁ ପ୍ରଦର୍ଶିତ କରିବା ସହ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ, ଏସପି ଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟିବା ସହ ସଂଗ୍ରହାଳୟକୁ ବୁଲି ଦେଖିଥିଲେ । ସଂଗ୍ରହାଳୟ ଦେଖିବାର ସୁଯୋଗ ପାଇ ବେଶ ଆନନ୍ଦିତ ହୋଇଥିଲେ ଛାତ୍ରଛାତ୍ରୀ । କୋରୋନା ପାଇଁ ଚଲିତ ବର୍ଷ ଶିଶୁ ମେଳା ହୋଇ ପାରି ନଥିଲା । ଭର୍ଚୁଆଲ ମାଧ୍ୟମରେ 10ଟି ବିଭାଗରେ ପିଲାମାନେ ଅଶଂ ଗ୍ରହଣ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.