ETV Bharat / state

ଇଟିଭି ଭାରତ ପ୍ରଭାବ, ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ନିଲମ୍ବିତ

author img

By

Published : Oct 2, 2020, 10:07 AM IST

ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରର ଉନ୍ମତ୍ତ କାଣ୍ଡ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସମ୍ପୃକ୍ତ ଡ୍ରାଇଭରକୁ ନିଲମ୍ବିତ କରାଯାଇଛି । ସେପଟେ ବହୁ ଚର୍ଚ୍ଚିତ ଦୁର୍ନୀତି ଗ୍ରସ୍ତ ସିଆରସିସିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ନିଲମ୍ବିତ

ବୌଦ୍ଧ: ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରର ଉନ୍ମତ୍ତ କାଣ୍ଡ। କାରନାମା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସମ୍ପୃକ୍ତ ଡ୍ରାଇଭରକୁ ନିଲମ୍ବିତ କରାଯାଇଛି । ସେପଟେ ବହୁ ଚର୍ଚ୍ଚିତ ଦୁର୍ନୀତି ଗ୍ରସ୍ତ ସିଆରସିସିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ସେହିଭଳି ପୁରୁଣା କଟକ ଅଞ୍ଚଳର ଜଣେ ବୃଦ୍ଧ କୋରୋନା ଆକ୍ରାନ୍ତ ହୋଇ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରୁ ସୁସ୍ଥ ହେବାପରେ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । ତେବେ ବାଟରେ ଆମ୍ବୁଲାନ୍ସ ଡ୍ରାଇଭର ପ୍ରବଳ ମଦ୍ୟପାନ କରି ରାଜରାସ୍ତା ରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏ ସମ୍ପର୍କରେ ଗତକାଲି ଇଟିଭି ଭାରତରେ ଖବର ପ୍ରସାରଣ ପରେ ଉକ୍ତ ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରକୁ ତୁରନ୍ତ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ ଶଗଡା କ୍ଲଷ୍ଟରର ବହୁ ଚର୍ଚ୍ଚିତ ଦୁର୍ନୀତିଗ୍ରସ୍ତ ସିଆରସିସିଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଅତିଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶୁକ୍ରବାର ନୂତନ ୨୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୧ ରେ ପହଞ୍ଚିଛି । ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.