ETV Bharat / state

ଜଳକଷ୍ଟ: ଗରା ବାଲ୍ଟି ନେଇ ଜିଲ୍ଲାପାଳ ଅଫିସରେ ବସ୍ତି ମହିଳା - ଗରା-ବାଲ୍ଟି ବିକ୍ଷୋଭ ପ୍ରଦର୍ଶନ

ରାସ୍ତା ସଂପ୍ରସାରଣ ଯୋଗୁଁ ପାନୀୟ ଜଳ ସଙ୍କଟ । ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

water problem
ପାଣି ସମସ୍ୟାରେ ବୌଦ୍ଧର ପୌରାଞ୍ଚଳ
author img

By

Published : Dec 18, 2019, 9:52 PM IST

ବୌଦ୍ଧ: ଜିଲ୍ଲା ସଦର ମହକୁମାର ପୌରାଞ୍ଚଳରେ ଜଳ ସଙ୍କଟ । କଚେରୀ ଛକରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଯୋଗୁଁ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟ ବସ୍ତି ଅଞ୍ଚଳରେ ଏବେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।

ପାଣି ସମସ୍ୟାରେ ବୌଦ୍ଧର ପୌରାଞ୍ଚଳ
ରାସ୍ତା କଡରେ ଥିବା ନଳକୂପ ଓ ପାଇପକୁ ଉଠାଇ ଦିଆଯାଇଥିବାରୁ ପାଇପ ଫାଟି ଘରୋଇ ଜଳଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଫଳରେ 9 ଓ 10 ନମ୍ବର ୱାର୍ଡର ବସ୍ତିବାସିନ୍ଦା ପାଣି ଟିକକ ପାଇଁ ହନ୍ତସନ୍ତ ହେଉଛି । ଆଜି ଗରା, ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାକୁ ଅବରୋଧ କରିଥିଲେ । ପରେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ପରେ ଏକ ଟ୍ୟାଙ୍କର ଯୋଗେ ବସ୍ତିବାସିନ୍ଦାଙ୍କୁ ସାମୟିକ ଭାବେ ଜଳଯୋଗାଣ କରାଯାଇଛି । କିନ୍ତୁ ଆଗାମୀ ସପ୍ତାହେ ମଧ୍ୟରେ ଯଦି ଏହି ସମସ୍ୟା ଦୂର ନ ହୁଏ, ତେବେ ପୁଣି ବସ୍ତିବାସିନ୍ଦା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାଣ ପାଣି, ଇଟିଭି ଭାରତ

Intro:ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ଅଞ୍ଚଳରେ ଥିବା ବସ୍ତିରେ ଜଳ ସଂକଟ ।ଜଳ ସମସ୍ୟା କୁନେଇ ବସ୍ତିର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଲେ
ବୌଦ୍ଧ ଜିଲ୍ଲା ସଦର ମହକୁମାର ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ।ସୂଚନା ପ୍ରକାରେ ବୌଦ୍ଧ କଚେରୀ ଛକ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଯୋଗୁଁ ନ ନମ୍ବର ଓ୍ବାର୍ଡ ଓ ଦଶ ନମ୍ବର ଓ୍ବାର୍ଡ ର ବସ୍ତିରେ ଏବେ ପାନୀୟ ଜଳ ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟରେ ଥିବା ଏହି ବସ୍ତିରେ ପାନୀୟ ଜଳର ସଙ୍କଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ରାସ୍ତା କଡରେ ଥିବା ନଳକୂପ ଓ ପାଇପକୁ ଉଠାଇ ଦିଆଯାଇଥିବା ବେଳେ ପାଇପ ଫାଟି ଘରୋଇ ଜଳଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି ।ଏସମ୍ପର୍କରେ ବସ୍ତିବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ବୁଧବାର ବସ୍ତିର ମହିଳା ମାନେ ଗରା,ବାଲଟି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତାକୁ ଅବରୋଧ କରିଥିଲେ ।ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିଥିଲା ।ପରେ ଏକ ଟ୍ୟାଙ୍କର ଯୋଗେ ବସ୍ତିବାସୀଙ୍କୁ ସାମୟିକ ଭାବେ ଜଳଯୋଗାଣ କରାଯାଇଥିଲା ।କିନ୍ତୁ ଆଗାମୀ ସପ୍ତାହେ ମଧ୍ୟରେ ଏହି ସମସ୍ୟା ଦୂର ନହେଲେ ପୁଣି ବସ୍ତିବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Body:ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟରେ ଜଳ ସଙ୍କଟକୁ ନେଇ ବସ୍ତିବାସୀ ମହିଳା ରାସ୍ତାରେ ।

Conclusion:ବାଇଟ-୧-ଆରତୀ ରାଉତ,ବସ୍ତିବାସୀ
ବାଇଟ-୨-ସ୍ବର୍ଣ୍ଣ ଲତା ସାହୁ, ବସ୍ତିବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.