ETV Bharat / state

ଖରାଦିନ ଆରମ୍ଭରୁ ଶୁଖିଲାଣି ମହାନଦୀ, ପାନୀୟ ଜଳ ସଙ୍କଟ ଆଶଙ୍କା - ବୌଦ୍ଧ ନ୍ୟୁଜ

ଶୁଖିଗଲାଣି ମହାନଦୀ । ସେପଟେ ଆଗାମୀ ଦିନରେ ପାନୀୟ ଜଳ କଷ୍ଟ ଆହୁରି ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ...

ବୌଦ୍ଧ ନୀୟ ଜଳ ସଙ୍କଟ ଆଶଙ୍କା
ବୌଦ୍ଧ ନୀୟ ଜଳ ସଙ୍କଟ ଆଶଙ୍କା
author img

By

Published : Mar 14, 2021, 3:59 PM IST

ବୌଦ୍ଧ: ଶୁଖିଗଲାଣି ମହାନଦୀ । ସେପଟେ ଆଗାମୀ ଦିନରେ ପାନୀୟ ଜଳ କଷ୍ଟ ଆହୁରି ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଖରାଦିନ ଆରମ୍ଭରୁ ଶୁଖିଲାଣି ମହାନଦୀ

ଖରାଦିନ ଆରମ୍ଭରୁ ପାନୀୟ ଜଳ କଷ୍ଟର ପଦଧ୍ବନୀ ଶୁଣାଗଲାଣି । ମହାନଦୀର ଶଯ୍ୟା ଶୁଷ୍କ ହେବାକୁ ବସିଲାଣି । ମହାନଦୀ ବୌଦ୍ଧ ଜିଲ୍ଲା ଦେଇ ସର୍ବାଧିକ ପ୍ରବାହିତ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ପାନୀୟ ଜଳ ନେଇ ସମସ୍ୟା ଲାଗି ରହୁଛି ।

ଏହାର ପ୍ରତିକାର ପାଇଁ ସରକାର ପ୍ରାୟ 15 କୋଟି ଟଙ୍କା ବ୍ୟୟରେ ମହାନଦୀ କୂଳରେ ଇନଟେକ ଓ୍ବେଲ ନିର୍ମାଣ କରିଥିଲେ । ବୌଦ୍ଧ ସହାରାଞ୍ଚଳକୁ ପାନୀୟଜଳ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ ଥିଲା । କିନ୍ତୁ ବର୍ତ୍ତମାନ ଖରାଦିନ ଆରମ୍ଭରୁ ମହାନଦୀ ଶଯ୍ୟା ଶୁଷ୍କ ହୋଇପଡିଥିବା ବେଳେ ବିଭାଗୀୟ ଉଦାସୀନତା ଯୋଗୁଁ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନା ଧରୁନି ।

ଫଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲାପାଳ ବୌଦ୍ଧ ସହରକୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.