ETV Bharat / state

ପାନୀୟ ଜଳ ପାଇଁ ଛଟପଟ ବୌଦ୍ଧବାସୀ, ଡରାଉଛି ଖରା - ବୌଦ୍ଧରେ ପାଣି ଜଳ ସଙ୍କଟ

ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ଚାଳିଶ ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟରେ ବନାଗ୍ନି ଯୋଗୁଁ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟରେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳ ସଙ୍କଟ। ଅଧିକ ପଢ଼ନ୍ତୁ

ଚୂଆ ମେଣ୍ଟାଉଛି ବୌଦ୍ଧବାସୀଙ୍କ ଶୋଷ
ଚୂଆ ମେଣ୍ଟାଉଛି ବୌଦ୍ଧବାସୀଙ୍କ ଶୋଷ
author img

By

Published : Apr 3, 2022, 11:52 AM IST

ବୌଦ୍ଧ: ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ଚାଳିଶି ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟରେ ବନାଗ୍ନି ଯୋଗୁଁ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟରେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳସଙ୍କଟ । ଯାହାଫଳରେ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି ଜିଲ୍ଲାରେ । ଏଠିକାର ବାସିନ୍ଦା ପାଣି ଉପରେ ନିର୍ଭର କରୁଥିବା କୂଅ, ନଦୀ, ପାେଖରୀ ପ୍ରଚଣ୍ଡ ଖରାରେ ଶୁଖିଗଲାଣି । ଗ୍ରୀଷ୍ମ ପ୍ରବାହର ଲହରରେ ଏସବୁ ପୁଷ୍କରଣୀ ଶୁଖି ଏକ ପ୍ରକାର ମରୁଭୂମି ପାଲଟି ଯାଇଛି ।

ଚୂଆ ମେଣ୍ଟାଉଛି ବୌଦ୍ଧବାସୀଙ୍କ ଶୋଷ

ଅନ୍ୟପକ୍ଷରେ ଭିନ୍ନ ଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଉତ୍ତାପ ଆହୁରି ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ମହାନଦୀ ବି ବର୍ତ୍ତମାନ ଶୁଖିଯିବାକୁ ବସିଲାଣି । କେବଳ ଅଳ୍ପ ଧାରରେ ମହାନଦୀର ଜଳପ୍ରବାହ ହେଉଛି । ଫଳରେ ସାଧାରଣ ଲୋକ ଗାଧେଇବା ପାଇଁ ପ୍ରଚଣ୍ଡ ଖରାର ବାଲିରେ ଦୀର୍ଘ ବାଟ ଚାଲି ଚାଲି ଯାଉଛନ୍ତି ।

ଗ୍ରୀଷ୍ମପ୍ରବାହ ଯୋଗୁଁ ମଣିଷ ସହିତ ବନ୍ୟଜନ୍ତୁ ମାନେ ମଧ୍ୟ ଗଭୀର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାରେ ମହାନଦୀ ଭଳି ଅନେକ ନଦୀନାଳ ଶୁଖିଯିବାକୁ ବସିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କି ଗୁଡ଼ିକ ଅଚଳ ହୋଇପଡିଛି । ତେଣୁ ଉପାନ୍ତ ଅଞ୍ଚଳର ଲୋକେ ବାଧ୍ୟ ହୋଇ ପାହାଡ଼ି ଝରଣାର ଶୁଷ୍କ ଶଯ୍ୟାରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.