ETV Bharat / state

ମାସ୍କ ମିଳିବା ମୁସକିଲ, କୋରୋନା ପାଇଁ ଆତଙ୍କିତ ନହେବାକୁ ଡାକ୍ତରଙ୍କ ପରାମର୍ଶ - କରୋନା ଭାଇରସ୍ ଚିକିତ୍ସା

ବୌଦ୍ଧ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କୋରୋନା ଭାଇରସର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି, ଲୋକଙ୍କୁ ଆତଙ୍କିତ ନହେବାକୁ ଡାକ୍ତରଙ୍କ ପରାମର୍ଶ । ଅଧିକ ଖବର ପଢନ୍ତୁ...

corona virus
ମାସ୍କ ମିଳିବା ମୁସକିଲ, କୋରୋନା ପାଇଁ ଆତଙ୍କିତ ନହେବାକୁ ଡାକ୍ତରଙ୍କ ପରାମର୍ଶ
author img

By

Published : Mar 17, 2020, 3:20 PM IST

ବୌଦ୍ଧ: କୋରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଡାକ୍ତରଖାନାରେ କିମ୍ବା ମେଡ଼ିକାଲ ଷ୍ଟୋରରେ ମାସ୍କ ମିଳୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ମାସ୍କ ମିଳିବା ମୁସକିଲ, କୋରୋନା ପାଇଁ ଆତଙ୍କିତ ନହେବାକୁ ଡାକ୍ତରଙ୍କ ପରାମର୍ଶ

ବୌଦ୍ଧ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କୋରୋନା ଭାଇରସର ମୁକାବିଲା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି । ଏହାଛଡା କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ମିଳିଛି । ତେବେ ଡାକ୍ତରଖାନାରେ କିମ୍ବା ମେଡ଼ିକାଲ ଷ୍ଟୋରରେ ମୁହଁ ଘୋଡାଇବା ପାଇଁ ମାସ୍କ ମିଳୁ ନଥିବାରୁ ରୋଗୀଙ୍କ ସମ୍ପର୍କିୟ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ସେପଟେ ସମସ୍ତଙ୍କୁ ଏତେ ସଂଖ୍ୟକ ମାସ୍କ ଯୋଗାଇବା ସମ୍ଭବ ନୁହେଁ ବରଂ ଗହଳି ପୂର୍ଣ୍ଣ ସ୍ଥାନ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଅନ୍ୟ ପକ୍ଷରେ ହରଭଙ୍ଗା ବ୍ଲକର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଠାରେ ଏଭଳି ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଛି ସ୍ବାସ୍ଥ୍ୟ ବିଭାଗ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.