ETV Bharat / state

କୋରୋନା ଭୟରେ ଜଣ୍ଡିସ ରୋଗୀର ଚିକିତ୍ସା କଲେନି ଡାକ୍ତର

author img

By

Published : Aug 5, 2020, 9:53 AM IST

ଜଣ୍ଡିସ ରୋଗୀକୁ କୋରୋନା ଭୟରେ ଡାକ୍ତର କଲେନି ଚିକିତ୍ସା । କ୍ବାକଙ୍କ ପାଖରେ ଚିକିତ୍ସିତ ହୋଇ ଅଧିକ ଗୁରୁତର ହେଲେ ରୋଗୀ । ବୌଦ୍ଧରୁ ଆସିଛି ଏଭଳି ଅଭିଯୋଗ ।

doctor does not treatment the patient fear of corona
ଜଣ୍ଡିସ ରୋଗୀକୁ କୋରୋନା ଭୟରେ ଡାକ୍ତର କଲେନି ଚିକିତ୍ସା

ବୌଦ୍ଧ: ଜଣ୍ଡିସ ରୋଗୀଙ୍କୁ କୋରୋନା ଭୟରେ ଚିକିତ୍ସା ନକରି ଫେରାଇ ଦେଲେ ଡାକ୍ତର। ଶେଷରେ ରୋଗୀ କ୍ବାକଙ୍କ ପାଖରେ ଚିକିତ୍ସିତ ହୋଇ ଅଧିକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧରେ ସରସରାଗାଁରେ । ଗାଁର ସନ୍ତୋଷ କୁମାର ଭୋଇ ଗତକିଛି ଦିନ ତଳେ ଅସୁସ୍ଥ ହେବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କୋରୋନା ସନ୍ଦେହ କରି ଭୟରେ ଚିକିତ୍ସା ନକରି ଫେରାଇ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଫଳରେ ମନମୁଣ୍ଡା ନିକଟସ୍ଥ ଜଣେ କ୍ବାକଙ୍କ ପାଖରେ ଚିକିତ୍ସା ପାଇଁ ଯାଇଥିଲେ ରୋଗୀ ଜଣକ ।ହେଲେ ସେଠାରେ ଚିକିତ୍ସା ପରେ ସେ ଅଧିକ ଗୁରୁତର ହୋଇପଡିଥିଲେ ।ହେଲେ, କେତେକ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ବୌଦ୍ଧ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

For All Latest Updates

TAGGED:

corona fear
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.