ବୌଦ୍ଧ: ଲକ ଡାଉନର ପ୍ରଥମ ସଂଧ୍ୟାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୌଣସି କାମ ନ ଥାଇ ଘରୁ ବାହାରୁଥିବା ଲୋକଙ୍କୁ ସୁରକ୍ଷା ବାହିନୀ ବାରଣ କରିଛନ୍ତି। ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି। ସେପଟେ ଗ୍ରୋସରୀ ଦୋକାନରେ ଭିଡ ରହୁଥିବାରୁ ଲକଡାଉନ ସମୟରେ ଏକ ସମୟ ସୀମା ପ୍ରଶାସନ ଧାର୍ଯ୍ୟ କରିବାକୁ ବ୍ୟବସାୟୀ ଦାବୀ କରିଛନ୍ତି ।
ଲକ ଡାଉନ ସମୟରେ ଅଯଥାରେ ଘରୁ ବାହାରୁଥିବା ଲୋକଙ୍କୁ ବାରଣ କରିଛନ୍ତି ପୋଲିସ । ବୌଦ୍ଧ ସହରର ପ୍ରମୁଖ ସ୍ଥାନରେ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ଘଉଡାଉଛନ୍ତି। ରାତି 8ଟା ସୁଦ୍ଧା ସମସ୍ତ ଦୋକାନ ବନ୍ଦ କରିଦେବାକୁ କୁହାଯାଇଛି। ଗ୍ରୋସରୀ ଦୋକାନରେ ଭିଡ ଲାଗିରହିଥିବାରୁ ଏଥିପାଇଁ ପ୍ରଶାସନ ସମୟସୀମା ଧାର୍ଯ୍ୟ କରିବାକୁ ଦାବୀ ହୋଇଛି। ସେପଟେ ବୁଧବାର ଆହାର କେନ୍ଦ୍ରରେ ମଧ୍ୟ ଅଳ୍ପ କିଛି ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ଶୀତଳା ମନ୍ଦିରରେ ସଂଧ୍ୟା ଆଳତୀ ସମୟରେ କିନ୍ତୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଲକଡାଉନ ସତ୍ତ୍ବେ ଲୋକେ ଅଯଥାରେ ଘରୁ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପିଭି ରଘୁନାଥ ରାଓ ସୂଚନା ଦେଇଛନ୍ତି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ