ETV Bharat / state

ଗଜଲକ୍ଷ୍ମୀ ପୂଜାରେ ଦୀପାବଳୀ ଦୃଶ୍ୟ - ବୌଦ୍ଧ ବୁଟୁପାଲି

ବୌଦ୍ଧ ଜିଲ୍ଲାର ଅନ୍ୟତମ କଳାଗ୍ରାମ ବୁଟୁପାଲିଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହୋଇଥିଲା ଦଶହଜାର ଏକ ଦୀପଦାନ ମହାଯଜ୍ଞ ।

ଗଜଲକ୍ଷ୍ମୀ ପୂଜାରେ ଦୀପାବଳୀ ଦୃଶ୍ୟ
author img

By

Published : Oct 16, 2019, 3:55 AM IST

ବୌଦ୍ଧ: ଗଜଲକ୍ଷ୍ମୀ ପୂଜାରେ ଦୀପାବଳୀର ଅନୁଭବ । ସାରା ଗାଁର ରାସ୍ତାରେ ପ୍ରତ୍ୟେକ ଗୃହ ସମ୍ମୁଖରେ ରଙ୍ଗୋଲୀ ସହ ସାମୂହିକ ଦୀପଦାନ ଆୟୋଜନ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର ଅନ୍ୟତମ କଳାଗ୍ରାମ ବୁଟୁପାଲିଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହୋଇଥିଲା ଦଶହଜାର ଏକ ଦୀପଦାନ ମହାଯଜ୍ଞ । ଏଥି ସହିତ ପ୍ରତ୍ୟେକ ଗୃହ ସମ୍ମୁଖରେ ସ୍ବତନ୍ତ୍ର ରଙ୍ଗୋଲୀ ସହ ଦୀପମାଳା ସଜ୍ଜିତ ହୋଇଥିଲା । ଯାହା ସମୂର୍ଣ୍ଣ ବୁଟୁପାଲି ଗାଁରେ ଦୀପାବଳୀର ଭ୍ରମ ସୃଷ୍ଟି କରିଥିଲା ।

ଗଜଲକ୍ଷ୍ମୀ ପୂଜାରେ ଦୀପାବଳୀ ଦୃଶ୍ୟ

ସ୍ଥାନୀୟ ଗ୍ରାମବାସୀମାନେ ରଙ୍ଗୋଲୀ ମାଧ୍ୟମରେ ବିଭିନ୍ନ କଳାକୃତି ସହ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ମା' ଲକ୍ଷ୍ମୀଙ୍କ ଦର୍ଶନ କରି ଦୀପଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗଜଲକ୍ଷ୍ମୀ ପୂଜାରେ ଦୀପାବଳୀର ଅନୁଭବ ।ସାରା ଗାଁର ରାସ୍ତାରେ ପ୍ରତ୍ୟେକ ଗୃହ ସମ୍ମୁଖରେ ରଙ୍ଗୋଲୀ ସହ ସାମୂହିକ ଦୀପଦାନ ଆୟୋଜନ ହୋଇଥିଲା ।
ବୌଦ୍ଧ ଜିଲ୍ଲାର ଅନ୍ୟତମ କଳାଗ୍ରାମ ବୁଟୁପାଲି ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହୋଇଛି ଦଶହଜାର ଏକ ଦୀପଦାନ ମହାଯଜ୍ଞ ।ଏଥି ସହିତ ପ୍ରତ୍ୟେକ ଗୃହ ସମ୍ମୁଖରେ ସ୍ବତନ୍ତ୍ର ରଙ୍ଗୋଲୀ ସହ ଦୀପମାଳା ସଜ୍ଜିତ ହୋଇଥିଲା ।ପୁରାପୁରି ବୁଟୁପାଲି ଗାଁ ଦୀପାବଳୀର ଭ୍ରମ ସୃଷ୍ଟି କରିଥିଲା ।ସ୍ଥାନୀୟ ଗ୍ରାମବାସୀମାନେ ରଙ୍ଗୋଲୀ ମାଧ୍ୟମରେ ବିଭିନ୍ନ କଳାକୃତି ସହ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲେ ।କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ମା ଲକ୍ଷ୍ମୀ ଙ୍କ ଦର୍ଶନ କରି ଦୀପଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Body:ବୁଟୁପାଲିରେ ଗଜଲକ୍ଷ୍ମୀ ପୂଜାରେ ଦୀପଦାନ ମହାଯଜ୍ଞ ର ନିଆରା କାର୍ଯ୍ୟକ୍ରମ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.