ETV Bharat / state

ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ - ଫୁଟବଲ ଟୁର୍ଣ୍ଣାମେଣ୍ଟ

ଉପାନ୍ତ ଅଞ୍ଚଳର ଫୁଟବଲ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟ ସରକାରଙ୍କ ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ଚାରି ଦିନ ଧରି ଅନୁଷ୍ଠିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ

author img

By

Published : Oct 16, 2022, 1:53 PM IST

ବୌଦ୍ଧ: ବିଦ୍ୟାଳୟରେ ପିଲାଙ୍କ ଭବିଷ୍ୟତ ଗଢା ହୁଏ । ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପାଇଁ ମନ୍ଦିର ସମାନ । ପାଠ ପଢା ସହ ସେଠାରେ ପିଲାମାନେ ଖେଳକୁଦ ମଧ୍ୟ ଶିଖିଥାନ୍ତି । କ୍ରୀଡାରେ ସେମାନଙ୍କୁ ସୃଦୁଢ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଉପାନ୍ତ ଅଞ୍ଚଳର ଫୁଟବଲ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟ ସରକାରଙ୍କ ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସଦର ମହକୁମା କଚେରୀ ପଡିଆରେ ଚାରି ଦିନ ଧରି ଅନୁଷ୍ଠିତ ହେଉଛି ଜିଲ୍ଲା ସ୍ତରୀୟ ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ ।

ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ

ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ଗତ 12 ତାରିଖ ଦିନ ପଞ୍ଚାୟତିରାଜ ମନ୍ତ୍ରୀ ଓ କନ୍ଧମାଳ ସାଂସଦ ପ୍ରମୁଖ ବୌଦ୍ଧ ଜିଲ୍ଲାର ସମୁଦାୟ 76 ଗୋଟି ବିଦ୍ୟାଳୟକୁ ଫୁଟବଲ, ଜର୍ସି ଓ ଜୋତା ପ୍ରଦାନ କରିଥିଲେ । ଏଭଳି କ୍ରୀଡାର ଆୟୋଜନ ଦ୍ବାରା ଅନେକ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଖେଳପଡିଆରେ ଉପସ୍ଥିତ ରହିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ନିଜେ ଫୁଟବଲ ଖେଳିଥିବା ଦେଖିବାକୁ ମିଳିଥିଲା ।

ଫୁଟବଲ୍ ଫର ଅଲ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ । ଏହି ଅବସରରେ ଫିଫା ଫୁଟବଲ ଫର ସ୍କୁଲ ମାଧ୍ୟମରେ ବୌଦ୍ଧ ଜିଲ୍ଲାର 76 ଗୋଟି ବିଦ୍ୟାଳୟର ଖେଳାଳିଙ୍କୁ ଫୁଟବଲ ଓ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଏହା ବି ପଢନ୍ତୁ...ଫୁଟବଲ ଫର ଅଲ: ବୌଦ୍ଧର 76ଟି ସ୍କୁଲରେ ବଣ୍ଟାଗଲା ଫୁଟବଲ

ପ୍ରକାଶ ଥାଉକି, ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଥମ ମ୍ୟାଚ ବ୍ରାଜିଲ ଓ ମରକ୍କୋ ଓ ଦ୍ବିତୀୟ ମ୍ୟାଚ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିଲା । ମରକ୍କୋକୁ 0-1ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବ୍ରାଜିଲ । ଦ୍ବିତୀୟ ମୁକାବିଲାରେ ଘରୋଇ ଭାରତକୁ ଆମେରିକା ପରାସ୍ତ କରିଥିଲା । 14 ତାରିଖରେ ମରକ୍କୋକୁ ଭେଟିଥିଲା ଭାରତ । ମରକ୍କୋଠୁ ମଧ୍ୟ ଭାରତ ପରାସ୍ତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.