ETV Bharat / state

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ, ୫ ଜଣ ସରକାରୀ କର୍ମଚାରୀଙ୍କ କଲେ ଦରମା ବନ୍ଦ

author img

By

Published : Jan 19, 2023, 10:14 AM IST

ଆକ୍ସନ ମୁଡରେ ଜିଲ୍ଲାପାଳ । ସରକାରୀ ଚାକିରି କ୍ଷେତ୍ରରେ ଠକ କର୍ମଚାରୀଙ୍କ ପାଇଁ ଏଣିକି କଠୋର ହୋଇଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Boudh collector
ଆକ୍ସନ ମୁଡରେ ଜିଲ୍ଲାପାଳ

ବୌଦ୍ଧ: ଏଣିକି ଖସି ପାରିବେନି ଆଉ ସରକାରୀ କର୍ମଚାରୀ । ସରକାରୀ ଚାକିରି କ୍ଷେତ୍ରରେ ଠକ କର୍ମଚାରୀଙ୍କ ପାଇଁ ଏଣିକି କଠୋର ହୋଇଛନ୍ତି ଜିଲ୍ଲାପାଳ । ଗତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗ ଆଉ ବର୍ତ୍ତମାନ ରାଜସ୍ୱ ବିଭାଗର ଠକ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ । ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାରେ ଅଗଷ୍ଟ ୧୩ ତାରିଖରେ ଯୋଗଦାନ ପରଠୁ ସରକାରଙ୍କ ୫ଟିକୁ କଠୋର ଭାବରେ ପାଳନ କରି ଆସୁଛନ୍ତି ।

କେତେକ ତଥାକଥିତ ଟାଉଟର, ନେତା ଓ ଅଗଲିଆଙ୍କ ଦ୍ବାରା ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ତଥାପି ବିଭିନ୍ନ 5t ବିଦ୍ୟାଳୟରେ ଖୋଦ୍ ଜିଲ୍ଲାପାଳ ପହଞ୍ଚି ସେଠାକାର ଶିକ୍ଷାଦାନ ବ୍ୟବସ୍ଥା, ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତଦାରଖ କରି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି କଣ୍ଟାମାଳ ବ୍ଲକ ଅଇଁଳାଚୂଆ ଆଦର୍ଶ ବିଦ୍ୟାଳୟରେ ନିମ୍ନମାନର କାମ ଯୋଗୁଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ସପ୍ତାହରେ ଜିଲ୍ଲାପାଳ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ କାର୍ଯ୍ୟ ସମୟରେ କୌଣସି ଡାକ୍ତର ନଥିବା ସୂଚନା ପାଇ ଏହାର ତଦନ୍ତ ପରେ ସମସ୍ତଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ଦିନ ଆକସ୍ମିକ ଭାବରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଥିଲେ । ଉପସ୍ଥାନ ରେଜିଷ୍ଟାର ସହିତ ଅନ୍ୟ କାଗଜପତ୍ର ଯାଞ୍ଚ କରିଥିଲେ ।

ଏହି ସମୟରେ ତହସିଲ କାର୍ଯ୍ୟାଳୟର ବଡ ବାବୁଙ୍କ ସମେତ ୫ ଜଣ କର୍ମଚାରୀ ବିନା ସୂଚନାରେ ଛୁଟିରେ ରହିଥିଲେ । ଏନେଇ ଜିଲ୍ଲାପାଳ ତହସିଲ କାର୍ଯ୍ୟାଳୟର ୪ଜଣ କିରାଣୀ ଓ ଜଣେ ପିଅନ ଏଭଳି ୫ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ହରଭଙ୍ଗା ତହସିଲଦାରଙ୍କୁ ମଧ୍ୟ ରିପୋର୍ଟ ତଲବ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଆକ୍ସନ ମୁଡକୁ ନେଇ ଜିଲ୍ଲାରେ ସରକାରୀ ଦୁର୍ନୀତିଗ୍ରସ୍ତ ଓ ଠକ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

ସେପଟେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ବେଷା ରେଡି ମଧ୍ୟ ନିଜ କାର୍ଯ୍ୟରେ ଯୋଗ ଦେବାଠାରୁ ମଧ୍ୟ ଆକ୍ସନ ମୁଡରେ ରହିଛନ୍ତି ।

ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ଗୋଟିଏ ପରେ ଗୋଟିଏ ଆକ୍ସନ ନେଇଥିଲେ । ପ୍ରଥମେ ପଞ୍ଚାୟତ ପିଓଙ୍କ ବଦଳି ପରେ ଆରଆଇ ଓ ଅମିନଙ୍କ ବଦଳି କରାଇଥିଲେ । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ନିଯୁକ୍ତ ରହିଥିବା ୪୦ ଜଣା ଆରଆଇ ଅମିନଙ୍କ ବଦଳି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.