ETV Bharat / state

ବୌଦ୍ଧରେ କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଆଉ ଦଉଡିବାକୁ ପଡିବନି ଭୁବନେଶ୍ବର

ବୌଦ୍ଧ ଜିଲ୍ଲାର କର୍କଟ ରୋଗୀଙ୍କୁ ଏଣିକି ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଦୌଡିବାକୁ ପଡିବ ନାହିଁ । ଜିଲ୍ଲା ସଦର ମହକୁମା ଠାରେ ବିଶେଷଜ୍ଞ ଡାକ୍ତର ମାନେ ପହଞ୍ଚି ରୋଗୀଙ୍କୁ ପରାମର୍ଶ ଦେବା ସହ ଚିକିତ୍ସା ବ୍ୟବସ୍ଥା କରିବେ । ଅଧିକ ପଢନ୍ତୁ...

ଜିଲ୍ଲାରେ କ୍ୟାନସର ରୋଗୀଙ୍କ ଖୁସୀ ଖବର, ଆଉ ଦଉଡିବାକୁ ପଡିବନି ଭୁବନେଶ୍ବର

author img

By

Published : Aug 23, 2021, 5:07 PM IST

ବୌଦ୍ଧ: ଜିଲ୍ଲାର କ୍ୟାନସର ପିଡୀତ ରୋଗୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଜିଲ୍ଲା ସଦର ମହକୁମାରେ ରୋଗୀମାନେ ପରବର୍ତ୍ତୀ ଚିକିତ୍ସା ପାଇପାରିବେ । ବୌଦ୍ଧ ଜିଲ୍ଲା ସଦର ମହକୁମା କୋଭିଡ ସେଣ୍ଟର ନିକଟରେ ଖୋଲାଯାଇଜି ଜିଲ୍ଲା କର୍କଟ ରୋଗ ଚିକିତ୍ସା ଓ ପ୍ରଶମନ କେନ୍ଦ୍ର । ଫଳରେ ଆଉ ଜିଲ୍ଲାର କ୍ୟାନସର ପିଡୀତ ରୋଗୀ ଅଯଥା ଖର୍ଚ୍ଚାନ୍ତ ହୋଇ କଟକ ଭୁବନେଶ୍ୱର ଦୌଡିବାକୁ ପଡିବ ନାହିଁ ।

ଜିଲ୍ଲାରେ କ୍ୟାନସର ରୋଗୀଙ୍କ ଖୁସୀ ଖବର, ଆଉ ଦଉଡିବାକୁ ପଡିବନି ଭୁବନେଶ୍ବର

କର୍କଟ ରୋଗୀଙ୍କ କେବଳ ଅପରେସନ ଓ ଲାଇଟିଂ ଛାଡିଦେଲେ କେମୋ ଥେରାପି ଓ ପରବର୍ତ୍ତୀ ଚିକିତ୍ସା ଜିଲ୍ଲା କେନ୍ଦ୍ରରେ ଉପଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି । ଆଜି(ସୋମବାର) ବୌଦ୍ଧ କ୍ୟାନସର ଚିକିତ୍ସା କେନ୍ଦ୍ରରେ ସମୁଦାୟ 14 ଜଣ କ୍ୟାନସର ରୋଗୀଙ୍କୁ ଦିଲ୍ଲୀର କ୍ୟାନସର ବିଶେଷଜ୍ଞ ଡା. ଦୀନେଶ ପେଣ୍ଡାରକର ପରବର୍ତ୍ତୀ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପକୁ ରୋଗୀଙ୍କ ସମ୍ପର୍କୀୟ ମାନେ ସ୍ବାଗତ କରିଛନ୍ତି । ତେବେ ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସେବା ପାଇଁ ଜେରେଟିକ ଓ୍ବାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ସେଠାରେ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.