ETV Bharat / state

ବୌଦ୍ଧରେ ବିକଶିତ ହେବ କ୍ରୀଡା, ସହାୟତା କରିବ ଜିଲ୍ଲା ପ୍ରଶାସନ - ବୌଦ୍ଧ କ୍ରୀଡା ବିକାଶ

ବୌଦ୍ଧ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ସହାୟତା କରିବ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

boudh sports develpoment
ବୌଦ୍ଧରେ ବିକଶିତ ହେବ କ୍ରୀଡା
author img

By

Published : Feb 13, 2023, 12:16 PM IST

ବୌଦ୍ଧରେ ବିକଶିତ ହେବ କ୍ରୀଡା

ବୌଦ୍ଧ: ଜିଲ୍ଲାରେ କ୍ରୀଡାର ବିକାଶ ହେବ । ଭିତ୍ତିଭୂମି ଯୋଗାଇଦେବାକୁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଏପରିକି ବ୍ଲକ ସ୍ତରରେ କୌଣସି ଉଚ୍ଚମାନର ଖେଳପଡିଆ କିମ୍ବା ମିନି ଷ୍ଟାଡିୟମ ନଥିବାରୁ ଏନେଇ ବରିଷ୍ଠ କ୍ରୀଡାବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପ୍ରୟାସ ଆରମ୍ଭ ହେବାକୁ ଯାଉଛି ।

ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଜିଲ୍ଲାରେ କ୍ରୀଡାର ବିକାଶ ଠିକରେ ହୋଇ ପାରୁନାହିଁ । ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରି ଜିଲ୍ଲା ପାଇଁ ବିଭିନ୍ନ ବର୍ଗରେ ଗୌରବ ଆଣୁଥିବା ଖେଳାଳିମାନେ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାରେ କ୍ରୀଡାର ବିରାଟ ସମ୍ଭାବନା ରହିଛି କିନ୍ତୁ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ କ୍ରୀଡାର ବିକାଶ ଠିକରେ ହୋଇପାରୁ ନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ମାତ୍ର ଏବେ କ୍ରୀଡାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପମାନ ଗ୍ରହଣ କରାଯିବ ।

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ମିନି ଷ୍ଟାଡିୟମ ପାଇଁ ସରକାର କୋଡିଏ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇବା ସତ୍ତ୍ୱେ ଏହାର ନିର୍ମାଣ ଅଦ୍ୟାବଧି ହୋଇ ପାରିନାହିଁ । କେବଳ ଜିଲ୍ଲା ସଦର ମହକୁମା ବୌଦ୍ଧଠାରେ ଖେଳାଳିଙ୍କ ପାଇଁ କଚେରୀ ପଡିଆ ଓ ଜିଲ୍ଲା ଷ୍ଟାଡିୟମ ଏକମାତ୍ର ଭରସା । ତେବେ ଉକ୍ତ ଜିଲ୍ଲା ଷ୍ଟାଡିୟମର ନିର୍ମାଣ ଦୀର୍ଘ 15 ବର୍ଷ ହେଲା ନିର୍ମାଣ ଚାଲିଛି ଯେ ତାହା କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ସୂଚନା ନାହିଁ । କେତେକ ଠିକାଦାରଙ୍କୁ ପୋଷିବା ପାଇଁ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଚର୍ଚ୍ଚା ହେଉଛି ।

ସେପଟେ ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାୟତରେ ମନରେଗା ମାଧ୍ୟମରେ ସ୍ଥାନୀୟ ଖେଳ ପଡ଼ିଆର ଉନ୍ନତିକରଣ ପଞ୍ଚାୟତରେ ଦୁର୍ନୀତିର ବାଟକୁ ଅଧିକ ପ୍ରସସ୍ଥ କରିଛି । ଅଧିକାଂଶ ପଞ୍ଚାୟତରେ ଖେଳ ପଡ଼ିଆର ଅବସ୍ଥା ନକହିବା ଭଲ । କେବଳ ମାଟି ପକ୍କା ଓ ମାଟି ଉଠାରେ ସିମୀତ ଏସବୁ ଉନ୍ନୟନ କାର୍ଯ୍ୟ । ତେବେ ଏତେ ସବୁ ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ଷ୍ଟାଡିୟମରେ ଦୀର୍ଘ ୭ ଦିନ ଧରି ରାଜ୍ୟ ସ୍ତରୀୟ ବୌଦ୍ଧ କପ୍‌ ଆୟୋଜନ କରିବାରେ ସଫଳତା ପାଇଛି । ଜିଲ୍ଲାରେ ଟର୍ଫ ଓ୍ବିକେଟ କ୍ରିକେଟ ପାଇଁ ପଡିଆର ଅଭାବ ଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସମସ୍ତ ବାଦ ବିବାଦର ଅନ୍ତ କରି ପାଞ୍ଚରୁ ଛ ଏକର ପରିମିତ ଅଞ୍ଚଳ ଏହି ଟର୍ଫ କ୍ରିକେଟ ପାଇଁ ଓଡିଶା କ୍ରିକେଟ ଆସୋସିଏସନକୁ ପ୍ରଦାନ ପାଇଁ ଘୋଷଣା ପରେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଖୁବଶୀଘ୍ର ଜିଲ୍ଲାରେ କ୍ରୀଡାକୁ ନେଇ ଥିବା ସମସ୍ୟାର ସମାଧାନ ହେବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.