ETV Bharat / state

ବିପଦ ସଙ୍କେତ ଉପରେ ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସମୀକ୍ଷ କଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Sep 16, 2023, 8:41 PM IST

ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ମହାନଦୀ । ବନ୍ୟାଜଳରେ ବୁଡିଗଲେଣି ବୌଦ୍ଧର ଶତାଧିକ ଗ୍ରାମ । ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରୟାସ କରାଯାଉଥିବା ସୂଚନା ଦେଲା ପ୍ରଶାସନ । ଅଧିକ ପଢନ୍ତୁ

ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ମହାନଦୀ
ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ମହାନଦୀ
ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ମହାନଦୀ

ବୌଦ୍ଧ: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବୈଠକ କରି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ଦ୍ଵିତୀୟ ପର୍ଯ୍ୟାୟର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର 26ଟି ଗେଟ ଖୋଲିବା ପରେ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନାନ୍ତରଣ ପ୍ରକୀୟା ଜାରି ରହିଛି ।

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ କହିଛନ୍ତି, ‘‘ ମହାନଦୀ ବନ୍ୟାଜଳ ଯୋଗୁଁ ଫୁଲିବାରେ ଲାଗିଥିବା ବେଳେ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ସାଲୁଙ୍କୀ ନଦୀ, ତେଲନଦୀ, ବାଘନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ତଥା ନଦୀ କୂଳିଆ ଅଞ୍ଚଳର ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ବନ୍ୟା ଆଶ୍ରୟସ୍ଥଳରେ ସେମାନଙ୍କୁ ରଖାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଖାଦ୍ୟ, ପାନୀୟ ଜଳ ଓ ବିଦ୍ୟୁତକରଣର ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଅପରାହ୍ନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ, ପିଡି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଳତୀ ଘାଟ ଓ ବନ୍ୟା ପରିସ୍ଥିତି ବୁଲି ଦେଖିଛୁ । ବନ୍ୟା ପଡୀତଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ।’’

ଏହା ମଧ୍ଯ ପଢନ୍ତୁ.. ବଲାଙ୍ଗୀରରେ ବର୍ଷା ପରେ ସୁଧୁରୁଛି ସ୍ଥିତି, କ୍ଷୟକ୍ଷତିର ଆକଳନ ଆରମ୍ଭ

ବର୍ତ୍ତମାନ ଜିଲ୍ଲାରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏହାର ଶାଖାନଦୀ ତେଲନଦୀରେ ବନ୍ୟାଜଳ ଆସି କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ହଜାର ହଜାର ଏକର ଚାଷଜମିରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷ ଭାବରେ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଘେରରେ ଅନେକ ଗ୍ରାମ ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.