ETV Bharat / state

ଚିନ୍ତା ବଢାଉଛି ସଡକ ଦୁର୍ଘଟଣା, ଜିଲ୍ଲାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଯୋଗୁଁ ଧନଜୀବନ କ୍ଷତି ହେବାରେ ଲାଗିଛି । ଜିଲ୍ଲା ସଦର ମହକୁମାର ମଧ୍ୟ ଭାଗରେ ଦିନ ଦ୍ବିପହରରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସଡକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି ସଡକ ଦୁର୍ଘଟଣା, ଜିଲ୍ଲାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା
ଚିନ୍ତା ବଢାଉଛି ସଡକ ଦୁର୍ଘଟଣା, ଜିଲ୍ଲାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା
author img

By

Published : Aug 12, 2021, 12:02 PM IST

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ମରଣ ଯନ୍ତା ପାଲଟିଛି । ସେପଟେ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଛି । ଜିଲ୍ଲାର ମୋଟ ୬ ଗୋଟି ଥାନା ଅଧିନରେ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ପ୍ରବଣ ଅଞ୍ଚଳ RTO ବିଭାଗ ଚିହ୍ନଟ କରିଥିବା ବେଳେ ତାହା କେବଳ ଗଣନାରେ ହିଁ ରହିଯାଇଛି ।

ଚିନ୍ତା ବଢାଉଛି ସଡକ ଦୁର୍ଘଟଣା, ଜିଲ୍ଲାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

ଜିଲ୍ଲାର ଏଭଳି ଅବସ୍ଥାକୁ ନେଇ ଗତ ସପ୍ତାହରେ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଡକ ସୁରକ୍ଷା କମିଟିର ବୈଠକରେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ କେବଳ ତିନି ଜଣ ଟ୍ରାଫିକ କର୍ମଚାରୀଙ୍କ ଭରସାରେ ସିମିତ ଟ୍ରାଫିକ ବ୍ୟବସ୍ଥା । ତେବେ ଗତ ମଙ୍ଗଳବାର ଦିନ ବୌଦ୍ଧ ବସଷ୍ଟାଣ୍ଡ ସମ୍ମୁଖରେ ଦିନ ଦ୍ବିପହରରେ ଜାତୀୟ ରାଜପଥ ଉପରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସହରର ଟ୍ରାଫିକ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ଆଞ୍ଚଳିକ ପରିବହନ ବିଭାଗ କେବଳ ସଡକ ସୁରକ୍ଷା ସପ୍ତାହ ପାଳନ କରି ଚୁପ ବସୁଥିବା ସାଧାରଣ ରେ ଅଭିଯୋଗ ହୋଇଥିବା ବେଳେ ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । ସେପଟେ ଗତ କିଛି ଦିନ ହେଲା ଜିଲ୍ଲା ସଦର ମହକୁମାର ଏନ ଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଅନ୍ଧାର ହେଉଥିବା ବେଳେ କୌଣସି ସମୟରେ ମଧ୍ୟ ବଡ ଧରଣର ଅଘଟଣ ହେବା ନେଇ ଆଶଙ୍କା କରାଯାଉଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.