ETV Bharat / state

ବେଆଇନ ପାର୍କିଂ-ହୋର୍ଡିଂ ଯୋଗୁଁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

author img

By

Published : Dec 23, 2020, 8:20 AM IST

ଜାତୀୟ ରାଜପଥ ଉପରେ ଜବରଦଖଲ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା । ପୌରାଞ୍ଚଳର ବିଭିନ୍ନ ରାସ୍ତାରେ ବେଆଇନ ହୋର୍ଡିଂ ଯୋଗୁଁ ସାଧାରଣରେ ଜନଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବେଆଇନ ପାର୍କିଂ, ହୋର୍ଡିଂ ଓ ଜବରଦଖଲ ଯୋଗୁଁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

ବୌଦ୍ଧ: ଜାତୀୟ ରାଜପଥ ଉପରେ ବସୁଛି ଉଠା ଦୋକାନ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ 57 ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଯାଇଛି । ଏହି ରାଜପଥ କଡରେ ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ, ସାହାଜପାଲ, ଜହ୍ନାପଙ୍କ, ବୀରନରସିଂପୁର, ପୁରୁଣାକଟକ ଓ ଚାରିଛକ ଭଳି ବଜାର ସହିତ ବୌଦ୍ଧ ପୌରାଞ୍ଚଳ ଆସିଥାଏ । ତେବେ ଅନେକ ସ୍ଥାନରେ ଠେଲା ବ୍ୟବସାୟ ଓ ଗାଡି ମୋଟର ପାର୍କିଂ ଯୋଗୁଁ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ବୌଦ୍ଧ ପୌରାଞ୍ଚଳର ଅନେକ ରାସ୍ତା ଉପରେ ବାଲି, ଗୋଡି, ଇଟା, ମାଟି ଆଦି ମାସ ମାସ ଧରି ପଡି ରହୁଥିବାରୁ ଏନେଇ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ସେପଟେ ସହରର ଅନେକ ସ୍ଥାନରେ ବେଆଇନ ହୋର୍ଡିଂ ଲାଗିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ କେତେକ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ ହୋଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ହୋଇପାରି ନାହିଁ। ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଥିବା ବେଳେ, ପୌର ଅଧିକାରୀ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.