ETV Bharat / state

ରୋଷେୟାଙ୍କ ଦାୟିତ୍ବରେ ଛାତ୍ରୀ ନିବାସ - ବୌଦ୍ଧ

ଅସୁରକ୍ଷିତ ପାଲଟିଛି ସରକାରୀ ଛାତ୍ରୀ ନିବାସ । 20 ବେଡ଼ରେ ରହୁଛନ୍ତି 50 ଛାତ୍ରୀ । ରୋଷେଇ ପାଇଁ ଆବଶ୍ୟକୀୟ ବାସନ ନାହିଁ । ଏପଟେ ପରିଚାଳନା ଦାୟିତ୍ବରେ କେହି ନଥିବାରୁ ହଷ୍ଟେଲ ସମ୍ଭାଳୁଛନ୍ତି ରୋଷେୟା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ
author img

By

Published : Aug 20, 2019, 9:43 PM IST

ବୌଦ୍ଧ: ଅପହଞ୍ଚ ଅଞ୍ଚଳରେ ଅବ୍ୟବସ୍ଥା ପାଲଟିଛି ସରକାରୀ ଛାତ୍ରୀ ନିବାସ । ମାଓ ଅଧ୍ୟୁଷିତ ପଞ୍ଚାୟତରେ ଥିବା ଏକମାତ୍ର ଛାତ୍ରୀ ହଷ୍ଟେଲର ପରିଚାଳନା ସଠିକ ଭାବେ ହେଉନାହିଁ । ଆଦିବାସୀ ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲକୁ ସମ୍ଭାଳୁଛନ୍ତି ଜଣେ ରୋଷେଇଆ । ଘଟଣା ଶୁଣିବାକୁ ନିଶ୍ଟିତ ଅଡୁଆ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଜିଲ୍ଲାର ମାଓ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ତଳଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଚିତ୍ର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ପଞ୍ଚାୟତ କାର୍ଯ୍ୟାଳୟର ଠିକ ସମ୍ମୁଖରେ ରହିଛି ତଳଗାଁ ଉଚ୍ଚ ବିଦ୍ୟାଳୟ । ଏଠାରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀଙ୍କ ନିମନ୍ତେ ରହିଛି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । କିନ୍ତୁ ହଷ୍ଟେଲରେ ବର୍ତ୍ତମାନ ପଚାଶ ଜଣ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ପାଇଁ ରହିଛି 20ଟି ବେଡ଼୍ । ଅଧିକ ଶୋଚନୀୟ ସାଜିଛି ରୋଷେଇ ନିମନ୍ତେ ବାସନ । ଆବଶ୍ୟକୀୟ ବାସନ ନଥିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ସମଗ୍ର ଛାତ୍ରୀ ନିବାସର ଦାୟିତ୍ବରେ ଅଛନ୍ତି ଖୋଦ ଜଣେ ମହିଳା ରୋଷେୟା । ସୁରକ୍ଷା ବ୍ୟବସ୍ଥା ସଠିକ ନଥିବାରୁ ଭୟ ଓ ଆଶଙ୍କାରେ ରହୁଛନ୍ତି ଛାତ୍ରୀ । ପ୍ରଶାସନ ତ୍ରୁଟି ସଜାଡ଼ିବା ସହ ସୁରକ୍ଷା ଓ ପରିଚାଳନାଗତ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅପହଞ୍ଚ ତଥା ମାଓ ଅଧ୍ୟୁଷିତ ପଞ୍ଚାୟତର ଏକମାତ୍ର ସରକାରୀ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେରରେ ରହିଛି । ଆଦିବାସୀ ଛାତ୍ରୀ ଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲକୁ ସମ୍ଭାଳୁଛନ୍ତି ଜଣେ ରୋଷେଇଆ ।ଘଟଣା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ।
ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳର ଅନ୍ୟତମ ପଞ୍ଚାୟତ ହେଲା ତଳଗାଁ ।ଏହି ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟର ଠିକ ସମ୍ମୁଖରେ ରହିଛି ତଳଗାଁ ଉଚ୍ଚ ବିଦ୍ୟାଳୟ ।ଏଠାରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀ ଙ୍କ ନିମନ୍ତେ ରହିଛି ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ।ଏହି ହଷ୍ଟେଲରେ ବର୍ତ୍ତମାନ ପଚାଶ ଜଣ ଛାତ୍ରୀ ରହୁଥିବା ବେଳେ ଏଠାରେ ରହିଛି ମାତ୍ର କୋଡିଏଟି ବେଡ ।ଆହୁରି ମଧ୍ୟ ରୋଷେଇ ନିମନ୍ତେ ଆବଶ୍ୟକ ବାସନ ନଥିବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ।ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ସମଗ୍ର ଛାତ୍ରୀ ନିବାସର ଦାୟିତ୍ୱ ଜଣେ ମହିଳା ରୋଷେଇଆ ଙ୍କ ଉପରେ ନ୍ୟସ୍ତ ହୋଇଛି ।ଫଳରେ ଏକ ଅଜଣା ଭୟ ଓ ଆଶଙ୍କାରେ ଛାତ୍ରୀ ମାନେ ରହୁଛନ୍ତି ।ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Body:ଜଣେ ରୋଷେଇଆ ଭରସାରେ ତଳଗାଁ ଛାତ୍ରୀ ନିବାସ ।

Conclusion:ବାଇଟ-୧-ସୋନାଲିକା ବେହେରା,ଛାତ୍ରୀ
ବାଇଟ-୨-ରଚନା ବେହେରା, ଛାତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.