ETV Bharat / state

ଡାଏରିଆରେ କଲବଲ ତେନ୍ତୁଳିପାଲି - ଗ୍ରାମ୍ୟ ଜଳ ଯୋଗାଣ ବିଭାଗ

ବିଶୁଦ୍ଧ ଜଳ ଅଭାବରୁ ଡାଏରିଆର ଶିକାର ବୌଦ୍ଧ ଜିଲ୍ଲାର ତେନ୍ତୁଳିପାଲି ଗ୍ରାମବାସୀ । ଏବେ ଡାଏରିଆରେ ଆକ୍ରାନ୍ତ ହୋଇଛନ୍ତି ଗ୍ରାମର ଅନେକ ଲୋକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସତ୍ୟ ନାରାୟଣ ପାଣି
author img

By

Published : Sep 19, 2019, 9:48 PM IST

ବୌଦ୍ଧ: ଡାଏରିଆରେ ଶତାଧିକ ଲୋକ ହେଲେଣି ଆକ୍ରାନ୍ତ । ହେଲେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପାଖରେ କୌଣସି ଖବର ନଥିବାରୁ ମହାମାରୀର ରୂପ ନେବାକୁ ବସିଲାଣି ଏହି ଜଳବାହିତ ରୋଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସତ୍ୟ ନାରାୟଣ ପାଣି

ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ତେନ୍ତୁଳିପାଲି ଗାଁରେ ଏବେ ଡାଏରିଆକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ବିଗତ କିଛି ବର୍ଷ ପୂର୍ବରୁ ଏଠାରେ ଏହିଭଳି ଡାଏରିଆରେ କୋଡିଏରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ବର୍ତ୍ତମାନ ଗାଁରେ ଏହି ଡାଏରିଆରେ ଶତାଧିକ ଲୋକ ଆକ୍ରାନ୍ତ ଥିବା ଖୋଦ ଗାଁର ଆଶା ଦିଦି ସୂଚନା ଦେଇଛନ୍ତି । ଆକ୍ରାନ୍ତ ମାନେ ଦୂଷିତ ଜଳ ବ୍ୟବହାର କରି ଝାଡାବାନ୍ତିର ଶିକାର ହେଉଥିବା ଅନୁମାନ କରାଯାଉଛି । ଗାଁରେ ସରକାରଙ୍କ କୌଣସି ପାନୀୟ ଜଳର ସୁବିଧା ଆଜିଯାଏ କରାଯାଇନାହିଁ ।

ପ୍ରକାଶ ଥାଉକି ଏହି ତେନ୍ତୁଳିପାଲି ଗାଁରେ ପାନୀୟ ଜଳ ଓ ରାସ୍ତାକୁ ନେଇ ଗତ ପ୍ରାୟ ଦୁଇ ମାସ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇସାରିଛି । କିନ୍ତୁ ଏଯାଏଁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଏଭଳି ଦୟନୀୟ ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଗାଁର ଆଶା ଦିଦି ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଳ ଶୋଧନ ବଟିକା ଓ ବ୍ଲିଚିଂ ପାଉଡର ବଣ୍ଟନ କରିଛନ୍ତି । ତୁରନ୍ତ ଗାଁକୁ ଡାକ୍ତରୀ ଟିମ ପଠାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦ୍ବାରା ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଡାଇରିଆରେ ଶତାଧିକ ଲୋକ ହେଲେଣି ଆକ୍ରାନ୍ତ ।ହେଲେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପାଖରେ କୌଣସି ଖବର ନଥିବାରୁ ମହାମାରୀ ର ରୂପ ନେବାକୁ ବସିଲାଣି ଏହି ଜଳବାହିତ ରୋଗ ।
ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ର ତେନ୍ତୁଳିପାଲି ଗାଁରେ ଏବେ ଡାଇରିଆକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।ବିଗତ କିଛି ବର୍ଷ ପୂର୍ବରୁ ଏଠାରେ ଏହିଭଳି ଡାଇରିଆରେ କୋଡିଏରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।ବର୍ତ୍ତମାନ ଗାଁରେ ଏହି ଡାଇରିଆରେ ଶତାଧିକ ଲୋକ ଆକ୍ରାନ୍ତ ଥିବା ଖୋଦ ଗାଁ ର ଆଶା ଦିଦି ସୂଚନା ଦେଇଛନ୍ତି ।ଆକ୍ରାନ୍ତ ମାନେ ଦୂଷିତ ଜଳ ବ୍ୟବହାର କରି ଝାଡାବାନ୍ତିର ଶିକାର ହେଉଥିବା ଅନୁମାନ କରାଯାଉଛି । ଗାଁରେ ସରକାରଙ୍କ କୌଣସି ପାନୀୟ ଜଳର ସୁବିଧା ଆଜିଯାଏ କରାଯାଇନାହିଁ ।ଏଠାରେ ସୂଚନାଯୋଗ୍ୟ ଯେ ଏହି ତେନ୍ତୁଳିପାଲି ଗାଁରେ ପାନୀୟ ଜଳ ଓ ରାସ୍ତାକୁ ନେଇ ଗତ ପ୍ରାୟ ଦୁଇ ମାସ ତଳେ ଈଟିଭି ଭାରତରେ ଖବର ପ୍ରସାରଣ ହୋଇସାରିଛି ।କିନ୍ତୁ ଏଯାଏଁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଏଭଳି ଦୟନୀୟ ପରିସ୍ଥିତି ଉପୁଜିଥିବା ଜଣାପଡିଛି ।ବର୍ତ୍ତମାନ ସୁଦ୍ଧା ଜଳଯୋଗାଣ ବିଭାଗ କିମ୍ବା ସ୍ବାସ୍ଥ୍ୟ ବିଭାଗ ପାଖରେ ଏସମ୍ପର୍କରେ କୌଣସି ସୂଚନା ନାହିଁ ।କେବଳ ଗାଁର ଆଶାଦିଦି ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଳ ଶୋଧନ ବଟିକା ଓ ବ୍ଲିଚିଂ ପାଉଡର ବଣ୍ଟନ କରିଛନ୍ତି ।ତୁରନ୍ତ ଗାଁ କୁ ଡାକ୍ତରୀ ଟିମ ପଠାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ତେନ୍ତୁଳିପାଲି ଗାଁରେ ଉତ୍କଟ ରୂପ ନେବାକୁ ବସିଲାଣି ଡାଇରିଆ ।

Conclusion:ବାଇଟ-୧-ମୀନା ବେହେରା, ଗ୍ରାମବାସୀ
ବାଇଟ-୨-ଈଶ୍ୱର ବେହେରା, ଗ୍ରାମବାସୀ
ବାଇଟ-୩-ଗୁରୁବାରୀ ସେଠୀ, ଆଶାଦିଦି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.