ବୌଦ୍ଧ: ନବଦିନାତ୍ମକ ଘୋଷଯାତ୍ରାର ତୃତୀୟ ଦିନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଏଥିପାଇଁ ବୌଦ୍ଧର ମାଉସୀ ମା ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ରବିବାର ଜନ୍ମବେଦୀରେ ଠାକୁରଙ୍କ ବରାହ-ନୃସିଂହ ବେଶ ଦେଖି ଅତ୍ୟନ୍ତ ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ ।
ବିରଳ ଚନ୍ଦନ କାଠରେ ନିର୍ମିତ ବୌଦ୍ଧର ଚତୁର୍ଦ୍ଧା ବିଗ୍ରହ ଗୁଡିକ ସ୍ବତନ୍ତ୍ର ବେଶ କଳାରେ ମହକି ଉଠୁଥିବାବେଳେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା । ଆଜି ଛୁଟି ଦିନ ଥିବାରୁ ବୌଦ୍ଧ ବ୍ୟତୀତ ପଡୋଶୀ ଜିଲ୍ଲା ଗୁଡିକରୁ ମଧ୍ୟ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମାଉସୀ ମା' ମନ୍ଦିରରେ ପହଞ୍ଚିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ