ETV Bharat / state

ଲୀଳାମୟଙ୍କ ଗୋପନ ଲୀଳା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାର ପାତାଳି କ୍ଷେତ୍ର ନାଏକପଡାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ । ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରଦିନ ଏଠାରେ ରଥଟଣା ହୋଇଥାଏ । ଅଧିକ ପଢନ୍ତୁ

ଲୀଳାମୟଙ୍କ ଗୋପନ ଲୀଳା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ
ଲୀଳାମୟଙ୍କ ଗୋପନ ଲୀଳା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ
author img

By

Published : Jun 22, 2023, 12:24 PM IST

ଲୀଳାମୟଙ୍କ ଗୋପନ ଲୀଳା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ

ବୌଦ୍ଧ: ଲୀଳାମୟ ଠାକୁରଙ୍କ ଅନନ୍ୟ ଲୀଳାକ୍ଷେତ୍ର ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ପାତାଳୀ କ୍ଷେତ୍ରର ପାଦଦେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବୁଧବାର ସନ୍ଧ୍ୟାରେ ଏଠାରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମଙ୍ଗଳବାର ଶ୍ରୀକ୍ଷେତ୍ର ସମେତ ଚାରିଆଡେ ଘୋଷଯାତ୍ରା ହେଉଥିବା ବେଳେ ଏହାର ପରଦିନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ଏହି ପାତାଳି କ୍ଷେତ୍ରରେ ରଥଟଣା ହୋଇଥାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ରହିିଛି ।

କାଳିଆ ସାଆନ୍ତଙ୍କ ଲୀଳା ବଡ଼ ବିଚିତ୍ର । ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ନାଏକପଡା ଗୁମ୍ଫା । ଏହାକୁ ପାତାଳି କ୍ଷେତ୍ର ମଧ୍ୟ କୁହାଯାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ତଥା ବିଭିନ୍ନ ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ବଣ ପାହାଡର ଶିଖରରେ ରହିଛି ବଡ଼ ଠାକୁରଙ୍କ ଗୋପନ ଲୀଳାର ମୂକସାକ୍ଷୀ ଗୋପନ ଗୁମ୍ଫା । ମଙ୍ଗଳବାର ସାରା ବିଶ୍ବରେ ବଡ ଠାକୁରଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କିନ୍ତୁ ପରମ୍ପରା ଟିକିଏ ଭିନ୍ନ । ଘୋଷଯାତ୍ରା ପରଦିନ ଏଠାରେ ପ୍ରାଚୀନ କାଳରୁ ବାସି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ଅନେକ ଏହାକୁ ଠାକୁରଙ୍କ ଗୁପ୍ତଲୀଳାର ଏକ ଅଂଶ ଭାବରେ ବର୍ଣ୍ଣନା କରୁଥିବା ବେଳେ ଠାକୁରଙ୍କ ରଥଯାତ୍ରା ମଧ୍ୟ ସନ୍ଧ୍ୟାର ଅନ୍ଧକାର ମଧ୍ୟରେ ସଂପନ୍ନ ହୋଇଥାଏ । ଗତକାଲି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ସେବାୟତ ବିଗ୍ରହମାନଙ୍କୁ ପହଣ୍ଡି ବିଜେ କରି ରଥକୁ ନେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ରଥଟଣାରେ ଅଂଶଗ୍ରହଣ ମାଉସୀ ମା' ମଣ୍ଡପକୁ ଟାଣି ନେଇଥିଲେ । ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରାଯାଇଥିଲା । ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ପାନୀୟଜଳଠାରୁ ନେଇ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।

ଏହି ପାତାଳି ଶ୍ରୀକ୍ଷେତ୍ରର କିମ୍ବଦନ୍ତୀ ଅନୁସାରେ, ଯବନ ସମ୍ରାଟ ରକ୍ତବାହୁ ଶ୍ରୀକ୍ଷେତ୍ର ଉପରେ ଆକ୍ରମଣ କରିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ମହାନଦୀର ଜଳପଥରେ ନୌକା ଯୋଗେ ଘେନିଆସି ଏହି ନାଏକପଡା ଗୁମ୍ଫାରେ ୧୪୪ ବର୍ଷ ଧରି ପାତାଳି କରି ରଖିଥିଲେ । ପରବର୍ତ୍ତୀ ସମୟରେ ଏହି ସ୍ଥାନଟି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଗୋପନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପାଇ ପ୍ରସିଦ୍ଧି ଲାଭ କରିଥିଲା । ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଏହି ସ୍ଥାନର ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି । ଏଠାରେ ହେଉଥିବା ରଥଯାତ୍ରା ଅଞ୍ଚଳର ଆଧ୍ୟାତ୍ମିକ ଭାବାବେଗ ସହିତ ଓତଃପ୍ରୋତ ଭାବରେ ଜଡ଼ିତ । ତେବେ ନାଏକପଡା ଭଳି ଜିଲ୍ଲାର ବୁଟୁପାଲି,ବାଘପାଲି, ଫାଉପାଲି, ନାରାୟଣନଗର, ସାହାଜପାଲ ଭଳି କେତେକ ଗ୍ରାମରେ ମଧ୍ୟ ରଥଯାତ୍ରା ପର ଦିନ ବା ବାସି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.