ETV Bharat / state

ଅମାନିଆ ଲୋକଙ୍କୁ ସଚେତନ କରୁଛି ସଚେତନ ରଥ - undefined

ଜିଲ୍ଲାରେ ୭୭ ଜଣ ପୋଜେଟିଭ ଚିହ୍ନଟ ପରେ ମଧ୍ୟ ଅମାନିଆ ହେଉଛନ୍ତି କିଛି ଲୋକ । ଲୋକଙ୍କୁ ସତର୍କ ତଥା ସଚେତନ କରିବାକୁ ସୋମବାର ପ୍ରଶାସନ ପକ୍ଷରୁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି । ସେପଟେ ଆଜି ସଦର ଥାନାର ୫୭ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

ଅମାନିଆ ଲୋକଙ୍କୁ ସଚେତନ କରୁଛି ସଚେତନ ରଥ
ଅମାନିଆ ଲୋକଙ୍କୁ ସଚେତନ କରୁଛି ସଚେତନ ରଥ
author img

By

Published : Jul 21, 2020, 3:33 AM IST

ବୌଦ୍ଧ: ଜିଲ୍ଲାରେ ୭୭ ଜଣ ପୋଜେଟିଭ ଚିହ୍ନଟ ପରେ ମଧ୍ୟ ଅମାନିଆ ହେଉଛନ୍ତି କିଛି ଲୋକ । ଲୋକଙ୍କୁ ସତର୍କ ତଥା ସଚେତନ କରିବାକୁ ସୋମବାର ପ୍ରଶାସନ ପକ୍ଷରୁ ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଛି । ସେପଟେ ଆଜି ସଦର ଥାନାର ୫୭ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ।

ଅମାନିଆ ଲୋକଙ୍କୁ ସଚେତନ କରୁଛି ସଚେତନ ରଥ

ଧିରେ ଧିରେ କୋରୋନା କବଳିତ କରୁଛି ବୌଦ୍ଧ ଜିଲ୍ଲାକୁ । ବିଗତ ସପ୍ତାହକ ମଧ୍ୟରେ ବୌଦ୍ଧ ପୌରାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ସଂକ୍ରମଣ ପ୍ରଶାସନ ର ମୁଣ୍ଡ ବ୍ୟଥାକୁ ବଢାଇଦେଇଛି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ରେ ପହଞ୍ଚି ଥିବା ବେଳେ ସୋମବାର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଆଶ୍ବସ୍ଥି ମିଳିଛି । ଜିଲ୍ଲାରେ ସାପ୍ତାହିକ ଦୁଇ ଦିନ ସଟଡାଉନ ସହିତ ପୌରାଞ୍ଚଳରେ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୋମବାର ଲୋକଙ୍କୁ ସଚେତନ ତଥା ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନ ରଥ ବାହାର କରାଯାଇଛି । ସେପଟେ ରବିବାର ଉତ୍ତର ପ୍ରଦେଶର ସତର ଜଣ ଶ୍ରମିକଙ୍କୁ ମହାନଦୀ କୂଳରେ ଚଲାଇ ଚଲାଇ ନିଆଯାଉଥିବା ସମୟରେ ଧରାପଡି ହଟହଟା ହୋଇଛି ଏକ ଠିକାସଂସ୍ଥା । ସଂସ୍ଥା ତଳଗାଁ ଅଞ୍ଚଳରେ ବିଦ୍ୟୁତ କାମ ପାଇଁ ଏହି ଶ୍ରମିକଙ୍କୁ ନେଉଥିବା ବେଳେ ଧରାପଡିଥିବା ସୂଚନା ମିଳିଛି । ସେହିପରି ବୌଦ୍ଧ ଥାନାରେ କାର୍ଯ୍ୟ କରୁଥିବା ଜଣେ ହୋମଗାର୍ଡ ସଂକ୍ରମିତ ହେବା ପରେ ସୋମବାର ଥାନାର ସମସ୍ତ ୫୭ ଜଣ ପୋଲିସ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.