ETV Bharat / state

ବିଭାଗୀୟ ଦୁର୍ନୀତି ! ବୁଡିବାକୁ ବସିଛି ପାଲଝାର କୃଷି ଫାର୍ମ - boudha news

ଜିଲ୍ଲାର ସର୍ବ ପୁରାତନ କୃଷି ଅନୁଷ୍ଠାନରେ ବ୍ୟାପକ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ପାଲଝାର କୃଷି ଫାର୍ମରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଦୋଷ ଲଦାଲଦିରେ ବ୍ୟସ୍ତ ବିଭାଗୀୟ କର୍ମଚାରୀ। ଅିଧିକ ପଢନ୍ତୁ...

ବିଭାଗୀୟ ଦୁର୍ନୀତି, ବୁଡିବାକୁ ବସିଛି ଫାଲଝାର କୃଷି ଫାର୍ମ

author img

By

Published : Oct 3, 2020, 12:49 PM IST

ବୌଦ୍ଧ:ବିଭାଗୀୟ ଉଦାସୀନତା ତଥା ବ୍ୟାପକ ଦୁର୍ନୀତି ଯୋଗୁଁ ବୌଦ୍ଧ ଜିଲ୍ଲା କୃଷିର ସର୍ବ ପୁରାତନ ଅନୁଷ୍ଠାନ ଏବେ ଧ୍ବଂସ ପାଇବାକୁ ବସିଛି । ଜିଲ୍ଲା ବଘିଆପଡା ନିକଟରେ ଥିବା ପାଲଝାର କୃଷି ଫାର୍ମ ତଥା ବିହନ ଉତ୍ପାଦନ କେନ୍ଦ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁଁ ବର୍ତ୍ତମାନ ଫାର୍ମର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି।

ବିଭାଗୀୟ ଦୁର୍ନୀତି, ବୁଡିବାକୁ ବସିଛି ଫାଲଝାର କୃଷି ଫାର୍ମ

ସେପଟେ ଫାର୍ମର ଜଣେ ଅଧିକାରୀ ଗତବର୍ଷ ଧାନ ବିକ୍ରି ଟଙ୍କା ନିଜ ପକେଟରେ କିଭଳି ଓ କେଉଁ ପରିସ୍ଥିତିରେ ରଖିଲେ ସେନେଇ ସୃଷ୍ଟି ଉଠିଛି ପ୍ରଶ୍ନବାଚୀ। ଅଳ୍ପ କିଛି ବିହନ ଧାନ ବଘିଆପଡା ସମବାୟ ସମିତିରେ ବିକ୍ରି କରି ଅନ୍ୟ ସମସ୍ତ ଅର୍ଥ ଚଳୁ କରିବା ଉଦ୍ଦେଶ୍ୟରେ ପ୍ଲଟ ପ୍ରସ୍ତୁତ ସମୟରେ ଧରାପଡିଯିବାରୁ ଏହି ଦୁର୍ନୀତିକୁ ବିଭାଗୀୟ ଅଧିକାରୀ ଘୋଡାଇବାକୁ ଚେଷ୍ଟା ଚଳାଇଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.