ବୌଦ୍ଧ: ଜିଲ୍ଲାରେ ଗୋଟିଏ ପୌରାଞ୍ଚଳ ରହିଥିବା ବେଳେ ଆଉ 2ଟି ଏନଏସି ଗଠନ ପାଇଁ ଦାବି ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ଏକମାତ୍ର ସବଡିଭିଜନ ହେବା ସହିତ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ସୀମିତ ରହିଛି । ତେବେ ବୌଦ୍ଧ ଏନଏସି ପ୍ରତିଷ୍ଠାର ଷାଠିଏ ବର୍ଷ ହୋଇଥିବା ବେଳେ ବର୍ତ୍ତମାନ କେବଳ କଣ୍ଟାମାଳକୁ ଏନଏସି କରିବାକୁ ନିଷ୍ପତ୍ତି ହୋଇଛି ।
ସେପଟେ ବର୍ତ୍ତମାନ ଜିଲ୍ଲାର ଅନ୍ୟତମ ଦୁଇ ପ୍ରମୁଖ ସ୍ଥାନ ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ମନମୁଣ୍ଡା ଓ ପୁରୁଣାକଟକକୁ ଏନଏସିରେ ପରିଣତ କରିବାକୁ ଦାବି ଜୋର ଧରିଛି । ପୁରୁଣାକଟକକୁ ଏନଏସିରେ ପରିଣତ ପାଇଁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ସହମତି ରହିଥିବା ବେଳେ ଏନେଇ ପଞ୍ଚାୟତ ପ୍ରତିନିଧି ଅଧିକ ଦାୟିତ୍ବ ନେଇ ସଠିକ ଢଙ୍ଗରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ମତ ପ୍ରକାଶ କରିଛନ୍ତି । ଉଭୟ ପୁରୁଣାକଟକ ଓ ମନମୁଣ୍ଡାକୁ ଏନଏସିରେ ପରିଣତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ