ETV Bharat / state

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦାବି

author img

By

Published : Dec 8, 2021, 6:47 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ପାଇଁ ସ୍ପେଶାଲ ଏଜୁକେଟର ନିଯୁକ୍ତି ନିମନ୍ତେ ଜିଲ୍ଲାର ତାଲିମ ପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦାବି
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦାବି

ବୌଦ୍ଧ: ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ନିମନ୍ତେ ସ୍ବତନ୍ତ୍ର ଶିକ୍ଷକ(special educators) ନିଯୁକ୍ତି ପାଇଁ ହୋଇଛି ଦାବି। ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ପାଇଁ ସ୍ପେଶାଲ ଏଜୁକେଟର ନିଯୁକ୍ତି ନିମନ୍ତେ ଜିଲ୍ଲାର ତାଲିମ ପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ ପୂର୍ବରୁ 2016 ମସିହାରେ RPWD ଆଇନରେ ମଧ୍ୟ ଉଲ୍ଲେଖ ରହିଥିବାବେଳେ ଶିକ୍ଷକଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେତେକ ରାଜ୍ୟରେ ମଧ୍ୟ ଏଭଳି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରି ଭେଦଭାବ ଶୂନ୍ୟ ଶିକ୍ଷା ଦାନ ପାଇଁ ସ୍ପେଶାଲ ଏଜୁକେଟରଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି । ଏନେଇ ବୌଦ୍ଧ ଜିଲ୍ଲା ସ୍ପେଶାଲ ଏଜୁକେଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.