ETV Bharat / state

ସମ୍ବିଧାନରେ ଜାତିଭିତ୍ତିକ କୋଟା ଉଚ୍ଛେଦ କରିବାକୁ ଦାବି - ବୌଦ୍ଧ ଖବର

ସମ୍ବିଧାନରେ ଜାତି ଭିତ୍ତିକ କୋଟା ଉଚ୍ଛେଦ ପାଇଁ ଦାବି । ଏ ନେଇ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଭାର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ

ସମ୍ବିଧାନରେ ଜାତିକୋଟା ଉଚ୍ଛେଦ କରିବାକୁ ଦାବି
ସମ୍ବିଧାନରେ ଜାତିକୋଟା ଉଚ୍ଛେଦ କରିବାକୁ ଦାବି
author img

By

Published : Dec 19, 2021, 8:56 PM IST

ବୌଦ୍ଧ : ସମ୍ବିଧାନରେ ଜାତି ଭିତ୍ତିକ କୋଟା ଉଚ୍ଛେଦ ପାଇଁ ଦାବି ହୋଇଛି । ଏନେଇ ଶୁକ୍ରବାର ବୌଦ୍ଧର ଜଗନ୍ନାଥ ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଭାର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମାଜ ଗଠନରେ ବ୍ରାହ୍ମଣ ସଂପ୍ରଦାୟର ଭୂମିକା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ।

ସମ୍ବିଧାନରେ ଜାତିକୋଟା ଉଚ୍ଛେଦ କରିବାକୁ ଦାବି

ଏହାସହ ବ୍ରହ୍ମ ନିନାଦ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ । ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ସମସ୍ତ ପନ୍ଦର ଗୋଟି ମଣ୍ଡଳର କର୍ମକର୍ତ୍ତା ଓ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।ବିଶେଷ ଭାବରେ ସମ୍ବିଧାନରେ କୋଟା ଉଚ୍ଛେଦ ପାଇଁ ଏହି ମହାସଭାରେ ଦାବି ହେବା ସହିତ ଯୋଗ୍ୟତା ଭିତ୍ତିରେ ସମସ୍ତ ନିଯୁକ୍ତି ପାଇଁ ଦାବି ଉପସ୍ଥାପନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.