ETV Bharat / state

ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ବୌଦ୍ଧ ଜିଲ୍ଲା ଖବର

ବୌଦ୍ଧ ଜିଲ୍ଲାରେ ଅନାବୃଷ୍ଟି। ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲା ଭାରତୀୟ କିଷାନ ସଂଘ। ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Aug 16, 2021, 10:40 PM IST

ବୌଦ୍ଧ: ଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ଆସନ୍ନ ମରୁଡିର ପଦଧ୍ବନି ।ଏହାକୁ ନେଇ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ ସହ ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଶ୍ରାବଣ ମାସ ସରିବାକୁ ବସିଲାଣି । ହେଲେ ଗତ ଦେଢମାସରୁ ଊର୍ଦ୍ଧ୍ବ ସମୟ ହେଲା ଜିଲ୍ଲାରେ ବର୍ଷାର ଦେଖା ନାହିଁ । ଫଳରେ ଆସନ୍ନ ମରୁଡି ପରିସ୍ଥିତି ସ୍ପଷ୍ଟ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ଅଧିକାଂଶ ସ୍ଥାନରେ ଅନାବୃଷ୍ଟି ଯୋଗୁଁ ଚାଷ ଜମି ସବୁ ଫାଟି ଆଁ କଲାଣି । ଅନେକ ସ୍ଥାନରେ ଧାନ ଚାଷ ସବୁ ଜଳିପୋଡି ଗଲାଣି । ଜମି ତ ଜମି କେନାଲ ମଧ୍ୟ ଫାଟି ଗଲାଣି । ଏନେଇ ବାରମ୍ବାର ଜିଲ୍ଲା ବିଜେପି ଓ କିଷାନ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ସହିତ ଆଲୋଚନା କରାଯାଉଛି ।

ତେବେ ଜିଲ୍ଲାର 2 ଜଳସେଚନ ପ୍ରକଳ୍ପ ବାଘ ଓ ସାଲୁଙ୍କୀ ଜଳସେଚନ ପ୍ରକଳ୍ପରେ ମାତ୍ର ଏକ ମିଟରରୁ ମଧ୍ୟ କମ ଜଳସ୍ତର ରହିଥିବାରୁ ଜିଲ୍ଲାର ଅଧିକାଂଶ କେନାଲରେ ପାଣି ନାହିଁ । ଏଭଳି ପରିସ୍ଥିତିରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ସୋମବାର ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ ସହ ସାଲୁଙ୍କୀ ନଦୀର ଉପର ମୁଣ୍ଡରେ ଥିବା ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.