ETV Bharat / state

ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

author img

By

Published : Dec 12, 2019, 6:57 AM IST

ଜିଲ୍ଲାରେ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି କପା ଚାଷୀ । ଏପଟେ କୃଷି ବିଭାଗ ଟାର୍ଗେଟର କଥା ଦୋହରାଇ ଅସହାୟ ହୋଇ ହାତ ଟେକି ଦେଇଛି ।

cotton farming, boudh cotton farming issues, boudh cotton farmers, ବୌଦ୍ଧର ଅଭାବୀ କପାଚାଷୀ, ବୌଦ୍ଧ କପାଚାଷ, କପାଚାଷ
ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

ବୌଦ୍ଧ: ଜିଲ୍ଲାରେ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି କପା ଚାଷୀ । ଏପଟେ କୃଷି ବିଭାଗ ଟାର୍ଗେଟର କଥା ଦୋହରାଇ ଅସହାୟ ହୋଇ ହାତ ଟେକି ଦେଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବେ କପା ଅମଳ ଆରମ୍ଭ ହୋଇଯାଇଛି । ବିଶେଷ ଭାବରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳିତ ବର୍ଷ ପ୍ରଚୁର ପରିମାଣରେ କପା ଚାଷ ହୋଇଛି । ହେଲେ ଦୁଃଖର କଥା କି ଚାଷୀଙ୍କୁ ପାରିଶ୍ତରମିକ ଯୋଗାଇବା ପାଇଁ ନାହିଁ ଆବଶ୍ୟକ ପରିମାଣର ମଣ୍ଡି ।

ମଣ୍ଡି ଅଭାବରୁ ହନ୍ତସନ୍ତ କପା ଚାଷୀ

ବୌଦ୍ଧ ଜିଲ୍ଲାରେ କପା ମଣ୍ଡି ନଥିବାରୁ ଗତ ବର୍ଷ ବୀରମହାରାଜପୁରଠାରେ ଥିବା କପା ମଣ୍ଡିରେ କପା କପା ବିକ୍ରି କରିଥିଲେ ଚାଷୀ । କିନ୍ତୁ ଚଳିତ ବର୍ଷ ଏହି ମଣ୍ଡି ଖୋଲି ନଥିବାରୁ ବୌଦ୍ଧ ଜିଲ୍ଲାର କପା ଚାଷୀ ପ୍ରାୟ ଶହେରୁ ଉର୍ଦ୍ଧ୍ବ କିଲୋମିଟର ଦୂର କଣ୍ଟାବାଞ୍ଜି କିମ୍ବା ବଲାଙ୍ଗୀର କପା ମଣ୍ଡିରେ ନିଜସ୍ବ ଖର୍ଚ୍ଚରେ କପା ବିକିବାକୁ କୃଷି ବିଭାଗ ଜଣାଇଛି । ଲାଭଜନକ ଚାଷ ବୋଲି କପା ଚାଷକୁ ଆପଣାଇଥିବା ଚାଷୀ ଏବେ କପା ପରିବହନ ଖର୍ଚ୍ଚ ଘୋଡା ଛ’ ଟଙ୍କାକୁ ଦାନା ନ’ ଟଙ୍କା ହିସାବ ପରି ।

ଏପଟେ ଖୁଲମଖୁଲା ଦଲାଲ ସକ୍ରିୟ ହୋଇ ଚାଷୀଙ୍କଠାରୁ ପ୍ରାୟ ଅଧା ଦାମରେ କପା ସଂଗ୍ରହ କରି ଚାଷୀକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦଲାଲମାନେ କପା ସଂଗ୍ରହ ପାଇଁ କୋମଳମତି ଶିଶୁଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ସେପଟେ କୃଷି ବିଭାଗ ଜିଲ୍ଲାରେ ଅମଳ କପା ଟାର୍ଗେଟ ପୂରଣ ହେଉନଥିବା କହି ହାତ ଟେକି ଦେଇଛି ।

ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଜିଲ୍ଲାରେ ମଣ୍ଡି ନଥିବାରୁ କପା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ।ଏପଟେ କୃଷି ବିଭାଗ ଟାର୍ଗେଟର କଥା ଦୋହରାଇ ଅସହାୟ ହୋଇ ହାତ ଟେକି ଦେଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଏବେ କପା ଅମଳ ଆରମ୍ଭ ହୋଇଯାଇଛି ।ବିଶେଷ ଭାବରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଚଳିତ ବର୍ଷ ପ୍ରଚୁର ପରିମାଣରେ କପାଚାଷ ହୋଇଛି ।କିନ୍ତୁ ବୌଦ୍ଧ ଜିଲ୍ଲାରେ କପା ମଣ୍ଡି ନଥିବାରୁ ଗତବର୍ଷ ବୀରମହାରାଜପୁର ଠାରେ ଥିବା କପା ମଣ୍ଡି ରେ କପା ଦେଇଥିଲେ ।କିନ୍ତୁ ଚଳିତ ବର୍ଷ ଉକ୍ତ ମଣ୍ଡି ଖୋଲି ନଥିବାରୁ ବୌଦ୍ଧ ଜିଲ୍ଲାର କପାଚାଷୀ ପ୍ରାୟ ଶହେରୁ ଉର୍ଦ୍ଧ୍ବ କିଲୋମିଟର ଦୂର କଣ୍ଟାବାଞ୍ଜି କିମ୍ବା ବଲାଙ୍ଗୀର କପା ମଣ୍ଡି ରେ କପା ନିଜସ୍ୱ ଖର୍ଚ୍ଚ ରେ ବିକିବାକୁ କୃଷି ବିଭାଗ ଜଣାଇଛି ।ଲାଭଜନକ ଚାଷ ବୋଲି କପା ଚାଷକୁ ଆପଣେଇଥିବା ଚାଷୀ ଏବେ କପା ପରିବହନ ଖର୍ଚ୍ଚ ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ହିସାବ କରିଛନ୍ତି ।ଏପଟେ ପୁରା ଖୁଲମଖୁଲା ଦଲାଲ ସକ୍ରିୟ ହୋଇ ଚାଷୀଙ୍କ ଠାରୁ ପ୍ରାୟ ଅଧା ଦାମରେ କପା ସଂଗ୍ରହ କରି ଚାଷକୁ ଶୋଷଣ କରୁଛନ୍ତି ।ଏପରିକି ଦଲାଲ ମାନେ କପା ସଂଗ୍ରହ ନିମନ୍ତେ କୋମଳମତି ଶିଶୁ ଙ୍କୁ ଶ୍ରମ କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି ।ସେପଟେ କୃଷି ବିଭାଗ ଜିଲ୍ଲାରେ ଅମଳ କପା ଟାର୍ଗେଟ ପୁରଣ ହେଉନଥିବା କହି ହାତ ଟେକି ଦେଇଛି । ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ବୌଦ୍ଧ ରେ କପାମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରି ର ସମ୍ମୁଖୀନ ।

Conclusion:ବାଇଟ-୧-ମମିତା ରଣା,କପା ଚାଷୀ
ବାଇଟ-୨-ଆକାଶ ପଲିଆ,ଶିଶୁ ଶ୍ରମିକ
ବାଇଟ-୩-ସୁମନ୍ତ ପ୍ରଧାନ,ଚାଷୀ
ବାଇଟ-୪-ରାମଚନ୍ଦ୍ର ନାଏକ,କୃଷି ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.