ETV Bharat / state

ବୌଦ୍ଧରେ ଭୋଟ ଦେଲେ ମୃତ ବ୍ୟକ୍ତି !

author img

By

Published : Feb 24, 2022, 7:16 AM IST

ବୌଦ୍ଧ ଜିଲ୍ଲାର ଏକମାତ୍ର ବୁଥରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହେଲା ସାନି ମତଦାନ ପ୍ରକ୍ରିୟା । ତେବେ ସେହି ପଞ୍ଚାୟତର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ମୃତ ବ୍ୟକ୍ତିଙ୍କ ନାଁରେ ମତଦାନ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଅମୁର୍ଡା ଓ ମହେଶ୍ବର ପିଣ୍ଡାରେ ମୃତ ବ୍ୟକ୍ତିଙ୍କ ନାଁରେ ମତଦାନ ଅଭିଯୋଗ

ବୌଦ୍ଧ: ଜିଲ୍ଲାର ଏକମାତ୍ର ବୁଥରେ ସରିଲା ପୁନଃ ମତଦାନ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତ ଚାଉଁରିଆପଦର ବୁଥରେ ଶାନ୍ତିଶୃଙ୍ଖଳାର ସହିତ ସାନି ମତଦାନ ସମ୍ପନ୍ନ ହୋଇଛି । ବୁଧବାର ସମୁଦାୟ 254 ଜଣ ଭୋଟରଙ୍କ ମଧ୍ୟରୁ 219 ଜଣ ମତଦାତା ଦେଇଥିଲେ । ଗତ 18 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ଏଠାରେ ବୁଥ କ୍ୟାପଚରିଂ ନେଇ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ନିର୍ବାଚନ କମିଶନ ବୁଧବାର ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସେହି ରକ୍ସା ପଞ୍ଚାୟତର ଅମୁର୍ଡା ଓ ମହେଶ୍ବର ପିଣ୍ଡା ବୁଥରେ ମୃତ ବ୍ୟକ୍ତିଙ୍କ ନାଁରେ ମତଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ସ୍ଥାନରେ ସମୁଦାୟ 1669 ଭୋଟରଙ୍କ ମଧ୍ୟରୁ 1661 ଜଣ ମତଦାନ କରିଥିବା ସୂଚନା ମିଳିଛି । ଏନେଇ ଚାଉଁରିଆପଦର ଅଞ୍ଚଳବାସୀ ଦୁଇ ଦିନ ତଳେ 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ତେବେ ବୁଧବାର ସାନି ମତଦାନ ସରିବା ପରେ ବୌଦ୍ଧ ଜିଲ୍ଲାପାଳ, ଅମୁର୍ଡା ଓ ମହେଶ୍ବର ପିଣ୍ଡାରେ ମୃତ ବ୍ୟକ୍ତିଙ୍କ ମତଦାନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.