ETV Bharat / state

ଦଣ୍ଡଯାତ୍ରାରେ କମ୍ପୁଛି ବୌଦ୍ଧ, ସବୁଠି ଭକ୍ତିମୟ ପରିବେଶ - ବୌଦ୍ଧରେ ଦଣ୍ଡଯାତ୍ରା ଆରମ୍ଭ

ବୌଦ୍ଧରେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା । ଗାଁଠୁ ନେଇ ସହର ସବୁଠି ଆନନ୍ଦ ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଏହିଯାତ୍ରା । ଅଧିକ ପଢ଼ନ୍ତୁ

ବୌଦ୍ଧରେ ଜମୁଛି ଦଣ୍ଡଯାତ୍ରା
ବୌଦ୍ଧରେ ଜମୁଛି ଦଣ୍ଡଯାତ୍ରା
author img

By

Published : Mar 28, 2022, 3:01 PM IST

ବୌଦ୍ଧ: ଦୀର୍ଘ ଦୁଇ ବର୍ଷ ପରେ ବୌଦ୍ଧରେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା । ଗାଁଠୁ ନେଇ ସହର ସବୁଠି ଆନନ୍ଦ ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଏହିଯାତ୍ରା । ଏହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଦଣ୍ଡ ଯାତ୍ରା ସହିତ ଜଡ଼ିତ ଉଭୟ କଳାକାର ଓ ମାନସିକଧାରୀ ଶ୍ରଦ୍ଧାଳୁ । କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦଥିବା ଦଣ୍ଡ ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ।

ବୌଦ୍ଧରେ ଜମୁଛି ଦଣ୍ଡଯାତ୍ରା

ଦଣ୍ଡ ଯାତ୍ରାର ଉତ୍ପତ୍ତି ସ୍ଥାନ ଭାବରେ ପରିଚିତ ବୌଦ୍ଧ ଅଞ୍ଚଳରେ ପ୍ରାଚୀନ କାଳରୁ ଶୈବଶାକ୍ତ ଉପାସନା ସହିତ ଷୋହଳ ଖାଡ଼ି ବାଦ୍ୟ ଉପଯୋଗରେ ଷୋଳହ ସୁଆଙ୍ଗ ନୃତ୍ୟ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରୁ ଦଣ୍ଡ ଯାତ୍ରା ଦଳ ଗୁଡ଼ିକ ତେର ଓ ଏକୋଇଶ ଦିନକୁ ଧାର୍ଯ୍ୟ କରି ଯାତ୍ରା ପାଳନ କରାଯାଇଥାଏ ।

ଏହି ପରିପ୍ରେକ୍ଷୀରେ ବୌଦ୍ଧର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଥିବା ବିଭିନ୍ନ ଶୈବପୀଠ ମାନଙ୍କରେ ମଧ୍ୟ ଦଣ୍ଡଯାତ୍ରା ପାଇଁ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ସକାଳ ବନ୍ଦାଣ ଠାରୁ ଆରମ୍ଭ କରି ପାଣି ଦଣ୍ଡ, ଧୂଳି ଦଣ୍ଡ, ବନ ଦଣ୍ଡ, ଅଗ୍ନି ଦଣ୍ଡ ଭଳି ବିଭିନ୍ନ ଦଣ୍ଡ ପାଳନ ସହିତ ରାତିରେ କାଳୀକା ପୂଜାର୍ଚ୍ଚନା ଓ ଷୋହଳ ସୁଆଙ୍ଗ ନୃତ୍ୟ ସର୍ବାଧିକ ଆକର୍ଷଣ ହୋଇଥାଏ । ତେବେ ଦୀର୍ଘ ଦୁଇବର୍ଷ ପରେ ଏହି ପାରମ୍ପରିକ ଲୋକ ଯାତ୍ରା ପୁଣିଥରେ ଆରମ୍ଭ ହୋଇଥିବାରୁ ଉଭୟ ଦଣ୍ଡ କଳାକାର ଓ ମାନସିକଧାରୀ ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.