ETV Bharat / state

ଗୁଆଁର ଚାଷ ଦେଇଛି ପରିଚୟ, ଅଭାବୀ ବିକ୍ରିକୁ ନେଇ ହତାଶ ଚାଷୀ

author img

By ETV Bharat Odisha Team

Published : Nov 17, 2023, 9:33 PM IST

ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରାଧାନ୍ୟ ଜିଲ୍ଲା ଭାବେ ଜଣାଶୁଣା । ଗୁଆଁର ଚାଷ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ହେଲେ ଅଭାବୀ ବିକ୍ରି ଯୋଗୁଁ ଚାଷୀକୁଳ ହତାଶ । ସରକାରୀ ସହାୟତା ଦାବି । ଅଧିକ ପଢନ୍ତୁ

ଗୁଆଁର ଚାଷ ଦେଇଛି ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ, ହେଲେ ସଠିକ ଦର ପାଉନି ଚାଷୀ

ବୌଦ୍ଧ: ଜିଲ୍ଲାର ମହାନଦୀ କୂଳରେ ଥିବା ଶହ ଶହ ଏକର ପରିମିତ ଜମିରେ ହେଉଥିବା ଗୁଆଁର ଚାଷ ଦେଇଛି ଅଞ୍ଚଳର ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ବଜାରରେ ଏହି ଗୁଆଁର ବେଶ ଚାହିଦା ରହିଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିଛି ଏହି ଚାଷ । ଗୁଆଁର ଚାଷ କରି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ଅଞ୍ଚଳର ଚାଷୀ । ହେଲେ ପୂର୍ବରୁ ଏହି ଚାଷରେ ଭରପୁର ଲାଭବାନ ହେଉଥିବା ବେଳେ ବର୍ତ୍ତମାନ କିନ୍ତୁ ଅଭାବୀ ବିକ୍ରି ପାଇଁ ଚାଷୀକୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

ସୂଚନା ଯୋଗ୍ୟ ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରାଧାନ୍ୟ ଜିଲ୍ଲା ଭାବେ ଜଣାଶୁଣା । ଜିଲ୍ଲାର କୃଷି ଯାତ ଦ୍ରବ୍ୟ ସବୁ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହୋଇଥାଏ । ଜିଲ୍ଲାର ବିଭିନ୍ନ ନଦୀ ଉପତ୍ୟକାରେ ପନିପରିବା ଚାଷ ବେଶ ସଫଳ ହୋଇ ପାରୁଛି । ତେବେ ଜିଲ୍ଲାର ହରଭଙ୍ଗା ବ୍ଲକର ରାମଗଡ଼ ପଞ୍ଚାୟତର ମହାନଦୀ କୂଳରେ ଶହ ଶହ ଏକର ଜମିରେ ବର୍ତ୍ତମାନ ସ୍ଥାନୀୟ ଚାଷୀଙ୍କ ପାଇଁ ବରଦାନ ହୋଇଛି । ଖାଲି ପଡିଆ ପଡ଼ିଥିବା ଜମିରେ ଖରା ଦିନରେ ତରଭୁଜ ଚାଷ ସହିତ ଶୀତ ଦିନରେ ଗୁଆଁର ଚାଷ ବେଶ ସଫଳ ହୋଇ ପାରୁଛି ।

ଏହା ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବା ବେଳେ ଏହି ଚାଷ କାର୍ଯ୍ୟ ପାଇଁ ଜଳ ସେଚନର ଆବଶ୍ୟକତା ପଡିନଥାଏ । ଜିଲ୍ଲାରେ କେବଳ ଶୀତ ଋତୁର କାକର ଯୋଗୁଁ ଏହି ଗୁଆଁର ଚାଷ ବେଶ ସଫଳ ଭାବେ ଉତ୍ପାଦନ ହୋଇଥାଏ । ବର୍ତ୍ତମାନ ଶୀତ ଋତୁରେ ରାମଗଡ଼ ଅଞ୍ଚଳର ଅନେକ ଚାଷୀ ଏହି ଗୁଆଁର ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ କରିଥିବା ବେଳେ ଅଭାବି ବିକ୍ରି ପାଇଁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି ।ପୂର୍ବରୁ ପ୍ରାୟ ଏକରରୁ ଜମିରୁ ସଂଗୃହିତ ଗୁଆଁର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ମାତ୍ର ୨୫ରୁ ୩୦ ହଜାର ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ .....ବର୍ଷା ଅଭାବରୁ ଧାନ ଓ ମକା ଚାଷ ପ୍ରଭାବିତ; ସହାୟତା ଅପେକ୍ଷାରେ ଚାଷୀ

ଏହି ରାମଗଡ଼ ଅଞ୍ଚଳର ଗୁଆଁର ଜିଲ୍ଲାର ବିଭିନ୍ନ ବଜାର ସମେତ ଓଡ଼ିଶାର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ନୟାଗଡ଼ ଭଳି ବିଭିନ୍ନ ବଜାରକୁ ବ୍ୟବସାୟୀଙ୍କ ଦ୍ଵାରା ରପ୍ତାନୀ କରାଯାଇଥାଏ । ତେବେ ଗୁଆଁରର ବଜାର ଦର କିଲୋ ପ୍ରତି ପ୍ରାୟ ୪୦ରୁ ୫୦ ଟଙ୍କା ରହୁଥିବା ବେଳେ ସ୍ଥାନୀୟ ଚାଷୀ କିନ୍ତୁ ଏହାକୁ ମାତ୍ର ୧୦ରୁ ୧୫ ଟଙ୍କା ଭିତରେ ବିକ୍ରି କରିଥାନ୍ତି । ଫଳରେ ଅଭାବୀ ବିକ୍ରିର ସମ୍ମୁଖୀନ ଚାଷୀ ବିଫୁଳ କ୍ଷତି ସହିଥାନ୍ତି । ଏନେଇ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.