ETV Bharat / state

ମହାନଦୀରେ ବୁଲୁଛି କୁମ୍ଭୀର, ନଦୀକୂଳିଆ ଲୋକ ଆତଙ୍କିତ - ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ

ବନ୍ୟା ପରେ ବୌଦ୍ଧ ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ବୌଦ୍ଧ ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

crocodile spotted at mahanadi in boudh
ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ ମହାନଦୀରେ ଘୂରି ବୁଲୁଛି କୁମ୍ଭୀର
author img

By

Published : Aug 7, 2023, 9:52 PM IST

ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ ମହାନଦୀରେ ଘୂରି ବୁଲୁଛି କୁମ୍ଭୀର

ବୌଦ୍ଧ: ମହାନଦୀରେ ଘୂରି ବୁଲୁଛି କୁମ୍ଭୀର । ବନ୍ୟା ପରେ ବୌଦ୍ଧ ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ଗୋଟିଏ ପଟେ ମହାନଦୀ ଦୁଇ କୂଳକୁ ଲାଗି ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅନ୍ୟ ପଟରେ ନଦୀରେ ଏକାଧିକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି । ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜିଲ୍ଲାର ଧଳପୁର ଠାରୁ ନେଇ ବାଉଶୁଣୀର ମହାନଦୀ କୂଳରେ ବିଭିନ୍ନ ସମୟରେ ଦେଖାଯାଉଛନ୍ତି ଘଡ଼ିଆଳ କୁମ୍ଭୀର । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ଏଭଳି କୁମ୍ଭୀର ଦେଖିବାକୁ ମିଳିଥାଏ । କାରଣ ମହାନଦୀର ତଳ ମୁଣ୍ଡରେ ଥିବା ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ବନ୍ୟାଜଳ ପ୍ରବେଶ ପରେ ଅନେକ କୁମ୍ଭୀର ମହାନଦୀର ଜଳସ୍ରୋତରେ ଉପର ମୁଣ୍ଡକୁ ଚାଲି ଆସିଥାନ୍ତି ।
ଗତ ତିନି ଦିନ ଧରି ଜିଲ୍ଲାର ମର୍ଜାକୁଦ, କୃଷ୍ଣ ମୋହନପୁର, କରଡ଼ି, ବଙ୍କାପଡା, ଝରାସାହି ଭଳି କେତେକ ସ୍ଥାନରେ ଥିବା ଘାଟ ନିକଟରେ ଏକାଧିକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ବନ୍ୟା ପୂର୍ବରୁ ଘଡ଼ିଆଳ ସୁରକ୍ଷା ଚିନ୍ତା, ଉଦ୍ଧାର ହେଲେ 20 ଛୁଆ

କୁମ୍ଭୀର ଦେଖିବାକୁ ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନଦୀକୁ ସ୍ନାନ, ଶୌଚ ପାଇଁ ଯାଉଥିବା ଲୋକେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଡ଼ିଆଳ କୁମ୍ଭୀର ମଣିଷଙ୍କ ପ୍ରତି ବିପଦ ନଥିଲେ ମଧ୍ୟ ସଚେତନ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞଙ୍କ ସୂଚନା ଦେଇଛନ୍ତି । ଏହାଛଡା ବର୍ଷା ଋତୁରେ ବିଭିନ୍ନ ବିଷାକ୍ତ ସରୀସୃପ ବିଶେଷ ଭାବରେ ନଦୀ କୂଳିଆ ଅଞ୍ଚଳରେ ସର୍ପାଘାତ ମାମଲା ଜିଲ୍ଲାରେ ଦେଖାଯାଉଛି । ତେଣୁ ଏନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ କୁମ୍ଭୀର ଓ ବିଷଧର ସାପ ଦେଖିବାକୁ ମିଳିଥାଏ । ଗତ ଦୁଇ ଦିନ ହେଲା କରଡ଼ି ଗ୍ରାମ ନିକଟରେ ଏକ ବିଶାଳକାୟ ଘଡ଼ିଆଳ କୁମ୍ଭୀର ନଦୀରେ ଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେଠାରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.