ETV Bharat / state

କୋରୋନା କାଳରେ ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା, ପଥଭ୍ରଷ୍ଟ ଯୁବବର୍ଗ - Criminal cases are rise in Boudh

କୋରୋନା ବୃଦ୍ଧି ସହିତ ତାଳ ଦେଇ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଦକ ଦ୍ରବ୍ୟ, ଗଞ୍ଜେଇ,ରାହାଜାନି, ଜୁଆ ଭଳି ବେଆଇନ କାର୍ଯ୍ୟ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ...

Criminal cases are rise in Boudh
ବୃଦ୍ଧି ପାଉଛି ଅପରାଧିକ ମାମଲା, ପଥଭ୍ରଷ୍ଟ ହେଉଛନ୍ତି ଯୁବବର୍ଗ
author img

By

Published : Oct 10, 2020, 7:20 PM IST

ବୌଦ୍ଧ: କୋରୋନା ବୃଦ୍ଧି ସହିତ ତାଳ ଦେଇ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଦକ ଦ୍ରବ୍ୟ, ଗଞ୍ଜେଇ,ରାହାଜାନି, ଜୁଆ ଭଳି ବେଆଇନ କାର୍ଯ୍ୟ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କୋରୋନା ସହିତ ତାଳଦେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଲକଡାଉନ ଓ ଅନଲକ ସମୟରେ ବିଶେଷ ଭାବରେ ଯୁବପିଢ଼ି କିଛି ସ୍ଥାନରେ ପଥଭ୍ରଷ୍ଟ ହେଉଥିବା ଦେଖାଯାଇଛି ।

ବୃଦ୍ଧି ପାଉଛି ଅପରାଧିକ ମାମଲା, ପଥଭ୍ରଷ୍ଟ ହେଉଛନ୍ତି ଯୁବବର୍ଗ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ଚୋରା ଗଞ୍ଜେଇ ଚାଲାଣ, ଜୁଆ, ରାହାଜାନି ଭଳି ଘଟଣା ଚିନ୍ତାର କାରଣ ହୋଇଛି । ଗତକାଲି ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମର ଦେବୀ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡାସ୍ଥଳୀ ଉପରେ ପୋଲିସ ଚଢାଉ କରି ଦଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ସହ ଚାରୋଟି ମୋଟର ସାଇକେଲ ଓ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିଛି ।

ସେହିପରି ଗୋଟିଏ ଦିନ ପୂର୍ବରୁ ମନମୁଣ୍ଡା ଥାନା ଅନ୍ତର୍ଗତ ପଲସାଗୋରା ନିକଟରେ ପୋଲିସ ପେଟ୍ରୋଲିଂ ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ କିଛି ଖସି ପଳାଇଥିବା ଜଣାପଡିଛି ।

ସେପଟେ ପୁରୁଣା କଟକର ଦେବୀ ଭୈରବୀଙ୍କ ହୁଣ୍ଡିରୁ ଦୀର୍ଘ ଦିନ ହେଲା ଟଙ୍କା ଚୋରି କରୁଥିବା ଚୋରକୁ ସ୍ଥାନୀୟ ଲୋକେ ଧରି ପୋଲିସର ଜିମା ଦେଇଛନ୍ତି । ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.