ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା, ପୁଣି ଜଣକୁ ହତ୍ୟା - ପୁରୁଣାକଟକ ଥାନା ଅଞ୍ଚଳ

ବୌଦ୍ଧରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଗତ କୋଡିଏ ଦିନ ପୂର୍ବରୁ ଯୁବ ବ୍ୟବସାୟୀ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବା ବେଳେ ଗତକାଲି ରାତିରେ ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

Criminal cases are on the rise in boudh
ବୃଦ୍ଧି ପାଉଛି ଅପରାଧିକ ମାମଲା, ପୁଣି ବୌଦ୍ଧରେ ଜଣକୁ ହତ୍ୟା
author img

By

Published : Oct 31, 2020, 12:38 PM IST

ବୌଦ୍ଧ: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ଏପଟେ ଅପରାଧିକ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ଲୁଣ୍ଠନ, ଡକାୟତି, ଚୋରି ଆଦି ଅପରାଧିକ କାର୍ଯ୍ୟ କଳାପ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ଡକାୟତି ଏବେ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଗତ କୋଡିଏ ଦିନ ପୂର୍ବରୁ ଯୁବ ବ୍ୟବସାୟୀ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବା ବେଳେ ଗତକାଲି ରାତିରେ ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ।

ବୃଦ୍ଧି ପାଉଛି ଅପରାଧିକ ମାମଲା, ପୁଣି ବୌଦ୍ଧରେ ଜଣକୁ ହତ୍ୟା

ସୂଚନା ମୁତାବକ ତିଲେଶ୍ବର ପଞ୍ଚାୟତ ବାଦିକଟା ଗ୍ରାମର ଜଣେ ଯୁବକଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରି ଚାରିଛକ ନିକଟସ୍ଥ ସିଙ୍ଗାଣୀବେଡାର ୫୭ ନମ୍ବର ଜାତୀୟ ରାଜପଥ କଡରେ ଫୋପାଡ଼ି ଦିଆଯାଇଛି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ବୃଦ୍ଧି ପାଉଥିବା ଅପରାଧିକ ମାମଲାକୁ ଦେଖି ବୁଦ୍ଧିଜୀବୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.