ETV Bharat / state

ବଢୁଛି ଅପରାଧିକ ମାମଲା, ପୋଲିସ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ - ଅବକାରୀକୁ ଖୋଲା ଚ୍ୟାଲେଞ୍ଜ

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଚୋରି, ଡକାୟତି, ହତ୍ୟା, ଲୁଣ୍ଠନ ସହିତ ଗଞ୍ଜେଇ ଚୋରା ଚାଲାଣ ଉଭୟ ଜିଲ୍ଲା ଅବକାରୀ ଓ ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ବଢୁଛି ଅପରାଧିକ ମାମଲା, ପୋଲିସ ଓ ଅବକାରୀକୁ ଖୋଲା ଚ୍ୟାଲେଞ୍ଜ

author img

By

Published : Dec 18, 2020, 8:39 PM IST

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଗୁରୁବାର ଜଣେ ହତ୍ୟାକାରୀ ସାଇକୋ ସ୍ବାମୀକୁ ପୋଲିସ ଗିରଫ କରିଥିବା ବେଳେ ଅବକାରୀ ବିଭାଗ ଏକ କାର ସହିତ ଗଞ୍ଜେଇ ଜବତ କରି 2ଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ବଢୁଛି ଅପରାଧିକ ମାମଲା, ପୋଲିସ ଓ ଅବକାରୀକୁ ଖୋଲା ଚ୍ୟାଲେଞ୍ଜ

ଚୋରି, ଡକାୟତି, ହତ୍ୟା, ଲୁଣ୍ଠନ ସହିତ ଗଞ୍ଜେଇ ଚୋରା ଚାଲାଣ ଉଭୟ ଜିଲ୍ଲା ଅବକାରୀ ଓ ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ କିଛି ଦିନ ପୂର୍ବରୁ ଏକ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗର ଆଠ ଜଣ ସଦସ୍ୟଙ୍କୁ ବୌଦ୍ଧ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡର 2ଅଭିଯୁକ୍ତକୁ ଗିରଫ କରିଥିଲା ।

ଗୁରୁବାର ମନମୁଣ୍ଡା ପୋଲିସ ଗୋଛାପଡା ପଞ୍ଚାୟତ ମାଝୀସାହିର ଜଣେ ବ୍ୟକ୍ତି ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବାମୀକୁ ପୋଲିସ ଗିରଫ କରିଥିବା ବେଳେ ବୌଦ୍ଧ ସଦର ପୋଲିସ ଜଣେ ମୋବାଇଲ ଚୋରକୁ ଗିରଫ କରିଛି । ସେପଟେ ଜିଲ୍ଲା ଅବକାରୀ ବିଭାଗ ଏରଡା ଠାରେ ବଘିଆପଡା ଅଞ୍ଚଳରୁ ଭୂବନେଶ୍ବରକୁ ଇଣ୍ଡିକା କାରରେ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିବା ସହ 2ଜଣକୁ କୋର୍ଟ ଚାଲାଣ କରିଛି । ତେବେ କିଛି ଦିନ ପୂର୍ବରୁ ବୌଦ୍ଧ ପୋଲିସ ଧରିଥିବା ଷାଠିଏ କେଜି ଗଞ୍ଜେଇ ଓ କାରର ଖିଅକୁ ଆଜି ପର୍ଯ୍ୟନ୍ତ ଖୋଲିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.