ETV Bharat / state

ପୋଲିସର ପଦକ୍ଷେପ ସତ୍ତ୍ୱେ ରୋକି ହେଉନି ଅପରାଧିକ ମାମଲା - ବୌଦ୍ଧ ଖବର

ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ପୋଲିସର ପଦକ୍ଷେପ ସତ୍ତ୍ୱେ ସାବାଡ ହେଉ ନାହାଁନ୍ତି ଅଭିଯୁକ୍ତ । ଅଧିକ ପଢନ୍ତୁ...

crime are increasing day by day in boudha
ପୋଲିସର ପଦକ୍ଷେପ ସତ୍ତ୍ୱେ ରୋକି ହେଉନି ଅପରାଧିକ ମାମଲା
author img

By

Published : Mar 23, 2021, 9:13 AM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ ଓ ହତ୍ୟା ଭଳି ମାମଲା । ପୋଲିସର କଡା ଚେତାବନୀ ସତ୍ତ୍ବେ ରୋକ ଲାଗିପାରିନି ଅପରାଧ ନିୟନ୍ତ୍ରଣରେ । ଗତ ତିନି ଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ଆକ୍ରମଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ସୋମବାର ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସିଡିଭିଓଙ୍କ ନେତୃତ୍ୱରେ କଳାବ୍ୟାଚ ପରିଧାନ କରି ଏକ ଘଣ୍ଟା ଧରି ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ପୋଲିସର ପଦକ୍ଷେପ ସତ୍ତ୍ୱେ ରୋକି ହେଉନି ଅପରାଧିକ ମାମଲା

ସେପଟେ ଜିଲ୍ଲାର ଉପାନ୍ତ କୁଶଙ୍ଗ,ମହାଲିକପଡା, ତଳଗାଁ ଭଳି ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟ କରିଥିଲା ସାଇବର ଠକ । ହେଲେ ପୋଲିସର ହାତ ଖାଲି ପଡିଛି । ସେହିପରି ଶନିବାର ରାତିରେ ଜଣେ ଦୁର୍ବୃତ୍ତଙ୍କ ଆତଙ୍କରେ ମୁଣ୍ଡାପଡା ପଞ୍ଚାୟତ କମିରା ଗାଁରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଦୁର୍ବୃତ୍ତ ଜଣକ ଜଣକ ବାଇକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବାଇକ ଫୁଟି ଯାଇଥିଲା । ଅଳ୍ପକେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାର । ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିପାରି ନାହିଁ ।

ସେପଟେ ରବିବାର ମନମୁଣ୍ଡା ପୋଲିସ ଦୁଇଟି ପୃଥକ ଚଢାଉରେ 40 କେଜିରୁ ଅଧିକ ଗଞ୍ଜେଇ କଲିକତା ଚାଲାଣ ସମୟରେ ଜବତ ହୋଇଥିଲା । ଏହି ଘଟଣାରେ ଏକ ଅଟୋ ସହିତ କଲିକତାର ଦୁଇ ଜଣ ଗଞ୍ଜେଇ ବେପାରୀ ଓ ଅନ୍ୟ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋଟିଏ ପଟରେ ଅପରାଧିକ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଅପରାଧିକୁ ଧରିବା ପାଇଁ 112ର ଆରମ୍ଭ ହୋଇସାରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.