ETV Bharat / state

ମଣ୍ଡି ପାଇଁ ଚିନ୍ତାରେ ବୌଦ୍ଧ ଚାଷୀ

author img

By

Published : Jul 18, 2019, 1:45 PM IST

ବୌଦ୍ଧ ଜିଲ୍ଲାରେ କପାଚାଷ ନିମନ୍ତେ ଉତ୍କୃଷ୍ଟ ଭିତ୍ତିଭୂମି ରହିଥିଲେ ମଧ୍ୟ ମଣ୍ଡି ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ମଣ୍ଡି ପାଇଁ ଚିନ୍ତାରେ ପଡିଛନ୍ତି ବୌଦ୍ଧ ଚାଷୀ । ବୌଦ୍ଧ ଜିଲ୍ଲାରେ କପାଚାଷ ନିମନ୍ତେ ଉତ୍କୃଷ୍ଟ ଭିତ୍ତିଭୂମି ରହିଥିଲେ ମଧ୍ୟ ମଣ୍ଡି ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଜିଲ୍ଲାର ତିନୋଟି ବ୍ଲକରେ ହଜାର ହେକ୍ଟରରୁ ଅଧିକ ଜମିରେ କପା ଚାଷ ହେଉଛି । ମାତ୍ର ମଣ୍ଡି ଖୋଲିବା ନିମନ୍ତେ ଦୁଇ ହଜାର ହେକ୍ଟର କପାଚାଷ ହେବା ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅପରପକ୍ଷରେ ଜିଲ୍ଲାର ଉପଯୁକ୍ତ ବାତାବରଣକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟର ବେପାରୀ ସ୍ଥାନୀୟ ଲୋକଙ୍କ ଠାରୁ ଜମି ସ୍ବଳ୍ପ ମୂଲ୍ୟରେ କିଣୁଛନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦା ପରିଶ୍ରମ କରି କପାଚାଷ କରିଥିଲେ ମଧ୍ୟ ଏଥିପାଇଁ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ କିମ୍ବା ମଣ୍ଡି ଜିଲ୍ଲାରେ ନଥିବାରୁ ହଇରାଣ ହରକତ ହେଉଛନ୍ତି ଚାଷୀ । ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ବୌଦ୍ଧ ଚାଷୀମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ କପାଚାଷ ନିମନ୍ତେ ଉତ୍କୃଷ୍ଟ ଭିତ୍ତିଭୂମି ରହିଥିଲେ ମଧ୍ୟ ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ।ଜିଲ୍ଲାର ତିନୋଟି ବ୍ଲକରେ ହଜାରେ ହେକ୍ଟର ରୁ ଅଧିକ ଜମିରେ କପା ଚାଷ ହେଉଥିଲେ ବି ମଣ୍ଡି ଖୋଲିବା ନିମନ୍ତେ ଦୁଇ ହଜାର ହେକ୍ଟର କପାଚାଷ ହେବା ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।ଅପରପକ୍ଷରେ ଜିଲ୍ଲାର ଉପଯୁକ୍ତ ବାତାବରଣ କୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟର ବେପାରୀ ସ୍ଥାନୀୟ ଲୋକଙ୍କ ଠାରୁ ଜମି ସ୍ବଳ୍ପ ମୂଲ୍ୟରେ ଖରିଦ କିମ୍ବା ବାର୍ଷିକ ଲିଜରେ ନେଇ କପାଚାଷ କରି ବାହାରକୁ କପାଚାଲାଣ କରୁଛନ୍ତି ।କିନ୍ତୁ ସ୍ଥାନୀୟ ବାସିନ୍ଦା ପରିଶ୍ରମ କରି କପାଚାଷ କରିଥିଲେ ମଧ୍ୟ ଏଥିପାଇଁ ଉପଯୁକ୍ତ ସରକାରୀ ପ୍ରୋତ୍ସାହନା କିମ୍ବା ମଣ୍ଡି ଜିଲ୍ଲାରେ ନଥିବାରୁ ହଇରାଣ ହରକତ ହେଉଛନ୍ତି ।ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Body:ବୌଦ୍ଧ ଜିଲ୍ଲାରେ କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ।

Conclusion:ବାଇଟ-୧-ଜାଇଫୁଲ ପ୍ରଧାନ, କପାଚାଷୀ
ବାଇଟ-୨-ମାଧବୀ ପ୍ରଧାନ, କପାଚାଷୀ
ବାଇଟ-୩-ନାରାୟଣ ମହାନନ୍ଦ, କୃଷି ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.