ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଯୋଜନାରୁ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ । ଗରିବ ହିତାଧିକାରୀଙ୍କୁ ପୂର୍ବରୁ ଇନ୍ଦିରା ଆବାସ ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଇ ଏହି ଯୋଜନାରୁ ସେମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ହିତାଧିକାରୀ ।
ସୂଚନା ମୁତାବକ ବୌଦ୍ଧର ବଘିଆପଡା ଓ ଟିକରପଡା ପଞ୍ଚାୟତରେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଚଞ୍ଚକତା କରାଯାଇ ସାମିଲ କରାଯାଉ ନଥିବା ଅଭିଯୋଗ ହୋଇଛି । ପୂର୍ବରୁ ସେମାନେ ଇନ୍ଦିରା ଆବାସ ଯୋଜନାରେ ଗୃହ ପାଇଥିଲେ ବୋଲି ସେମାନଙ୍କର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ତାଲିକାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ବାରସ୍ତ ହୋଇଛନ୍ତି । ଏହାର ତଦନ୍ତ ପାଇଁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ