ETV Bharat / state

ଅନିୟମିତତା ଘେରରେ ମନରେଗା ଯୋଜନା, ସରକାରଙ୍କ ନାହିଁ ନିଘା

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ । ମନରେଗା କାର୍ଯ୍ୟରେ ମେସିନ୍‌ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ । ଅଧିକ ପଢ଼ନ୍ତୁ

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ

author img

By

Published : Jun 19, 2023, 6:53 AM IST

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ

ବୌଦ୍ଧ: ବାଟବଣା ମନରେଗା ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସ୍ତରରେ ହେଉଥିବା ଏହି ମନରେଗା ଅନିୟମିତତା ବ୍ଲକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବଡ ବଡ ବାବୁଙ୍କ ଇସାରାରେ ଚାଲୁଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନା ଅନୁଯାୟୀ ଶ୍ରମଜୀବୀମାନେ ବର୍ଷକୁ 100 ଦିନ କାମ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲାର 69 ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ରାସ୍ତା ଘାଟ, ପୋଖରୀ ଖନନରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହାର ପୃଷ୍ଠପୋଷକ ସାଜିଛନ୍ତି ବ୍ଲକର ସରକାରୀ ବାବୁ ଓ ପଞ୍ଚାୟତର ଜନପ୍ରତିନିଧି ।

ଜିଲ୍ଲାର ହରଭଙ୍ଗା ବ୍ଲକ ଓ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଭାବରେ ତଳଗାଁ, ମହାଲିକପଡା, ଲୁଣିବାହାଲ, ବଢିଗାଁ, ଖଲିଆପାଲି, ବହିରା, ରେଙ୍ଗାଳୀ, ଯୋଗୀନ୍ଦ୍ରପୁର, ପଲସାଗୋରା ଭଳି ପଞ୍ଚାୟତରେ ମନରେଗାରେ ବ୍ୟାପକ ଅନିୟମିତତା ହୋଇଛି । ଶ୍ରମିକଙ୍କ ପାଖରେ ଜବକାର୍ଡ ଥାଇ ମଧ୍ୟ ମନରେଗାରେ କାମ ମିଳୁନାହିଁ । ଫଳରେ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଶ୍ରମିକଙ୍କ ଜବକାର୍ଡ ପଞ୍ଚାୟତରେ ଦଲାଲି କରି ଠିକା କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ହାତରେ ବନ୍ଧା ପଡିଥାଏ । ଏନେଇ ବିଭିନ୍ନ ସମୟରେ ଶ୍ରମଜୀବୀମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କେବଳ ତଦନ୍ତ ଆଳରେ ସବୁକିଛି ବୁଝାମଣାରେ ରହିଯାଉଛି ।

ବଢିଗାଁ ସରପଞ୍ଚ ସିଦ୍ଧେଶ୍ବର ପ୍ରଧାନ କହିଛନ୍ତି, ପାନୀୟଜଳ ଠାରୁ ନେଇ ଆବାସ, ରାସନ, ସାମାଜିକ ସୁରକ୍ଷା, ମନରେଗା ଅନିୟମିତତା ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପଞ୍ଚାୟତ ବୈଠକରେ ସ୍ଥାନୀୟ ସମସ୍ୟା ନେଇ ବାରମ୍ବାର ହଟ୍ଟଗୋଳ ହେଉଥିବା ବେଳେ ପଞ୍ଚାୟତର ସମସ୍ୟା ତଥା ମନରେଗା ସମସ୍ୟାକୁ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି । ବୌଦ୍ଧ ବ୍ଲକର ସମସ୍ତ ତେଇଶ ଗୋଟି ପଞ୍ଚାୟତରେ ସମୁଦାୟ 109 ଗୋଟି ମନରେଗା ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି । ବଢିଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଦଶଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ହେଲେ ବିଭିନ୍ନ କାର୍ଯ୍ୟରେ ମେସିନର ବ୍ୟବହାର ଦ୍ବାରା ଶ୍ରମିକଙ୍କ ରୋଜଗାରକୁ ଛଡେଇ ନିଆଯାଉଛି । ଆମେ ସରକାରଙ୍କ ନିକଟରେ ସମସ୍ୟା ଜଣାଇଛୁ । ଏହାର ସମାଧାନ ଓ ଦୋଷୀଙ୍କ ଦଣ୍ଡ ଦିଆଯିବାକୁ ଦାବି କରିଛୁ ।’’

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.