ETV Bharat / state

ଲୁଣିବାହାଲ ପଞ୍ଚାୟତରେ ମନରେଗା ଅନିୟମିତତା, ତଦନ୍ତ ଆରମ୍ଭ - ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା

ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ନେଇ ତଦନ୍ତ ଆରମ୍ଭ ଜିଲ୍ଲା ପରିଷଦର ଏକ ବୈଷୟିକ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

corruption in mgnrega scheme
corruption in mgnrega scheme
author img

By

Published : May 5, 2023, 4:33 PM IST

ମନରେଗା ଅନିୟମିତତା

ବୌଦ୍ଧ: ମନରେଗା ଯୋଜନାରେ ମହାଦୁର୍ନୀତି। ବୌଦ୍ଧ ଜିଲ୍ଲାରେ ହରଭଙ୍ଗା ବ୍ଲକର କିଛି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପରିଷଦର ଏକ ବୈଷୟିକ ପ୍ରତିନିଧି ଦଳ । ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ପୋଖରୀ ଖନନ, ପଥପ୍ରାନ୍ତ ବନୀକରଣ ଓ ରାସନ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ ଦୁଇ ପ୍ରସିଦ୍ଧ ବୌଦ୍ଧବିହାର, ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଲୁଣିବାହାଲ ପଞ୍ଚାୟତରେ ଚଳିତ ବର୍ଷ ଓ ପୂର୍ବ ବର୍ଷର 45ଟି ମନରେଗା କାର୍ଯ୍ୟର ତଦନ୍ତ ଏହି ପ୍ରତିନିଧି ଟିମ୍‌ କରିଥିବା ସୂଚନା ମିଳିଛି । ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗକୁ ସ୍ଥାନୀୟ ସରପଞ୍ଚ ଖଣ୍ଡନ କରିବା ସହିତ ସମସ୍ତ କାର୍ଯ୍ୟ ନିୟମ ମୁତାବକ କରାଯାଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୁଣିବାହାଲ ପଞ୍ଚାୟତରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ତଥା ଅସହିଷ୍ଣୁ ହୋଇ ଏଭଳି ଅଭିଯୋଗ କରିଥିବା ପାଲଟା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ମନରେଗା ଯୋଜନାରେ ମହାଘୋଟାଲା ହେଉଥିବା ବେଳେ ନିର୍ଦ୍ଦିଷ୍ଟ ଭାବରେ ଲୁଣିବାହାଲ ପଞ୍ଚାୟତକୁ କାହିଁକି ଟାର୍ଗେଟ କରାଗଲା ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ: ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ, ଆଜି ବୁଲିବେ ଶିମିଳିପାଳ

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ମନରେଗା କେଳେଙ୍କାରୀର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ବେଳେ ବ୍ଲକର ଦୁର୍ନୀତିଖୋର ସରକାରୀ ବାବୁମାନେ ହିଁ ଏଥିରେ ସାମିଲ ଥିବା ଚର୍ଚ୍ଚା ହେଉଛି । ସେପଟେ ଲୁଣିବାହାଲ ପଞ୍ଚାୟତରେ ତଦନ୍ତ ପରେ ବର୍ତ୍ତମାନ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର । ଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ, ତଳଗାଁ, ମହାଲିକପଡା, ଆଢେଣୀଗଡ ପଞ୍ଚାୟତରେ ମନରେଗା ଯୋଜନାରେ ପୂର୍ବରୁ କୋଟିକୋଟି ଟଙ୍କା ଦୁର୍ନୀତି ହୋଇ ସାରିଥିବା ଅଭିଯୋଗ ହୋଇଥିଲା ।

ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ଯୋଗୁଁ ଲୋକେ କାମ ନପାଇ ହଇରାଣ ହେଉଛନ୍ତି। ଶ୍ରମିକ ବଦଳରେ ମେସିନ୍‌ ଲଗାଇ କାମ କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.