ETV Bharat / state

ସାର ଦୁର୍ନୀତିରେ କୃଷି ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ବୌଦ୍ଧର ଚାଷୀ - fertilizer corruption in boudh

ବୌଦ୍ଧ ଜିଲ୍ଲାରେ ସାର ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଏହି ଦୁର୍ନୀତିରେ ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଅଧିକ ପଢ଼ନ୍ତୁ...

ବୌଦ୍ଧ: ସାର ଦୁର୍ନୀତିରେ କୃଷି ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

author img

By

Published : Oct 23, 2020, 9:09 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସାର ଯୋଗାଣରେ ଦୁର୍ନୀତି ଅଭିଯୋଗ। କୃଷି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ନୀତିରେ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ। ସେପଟେ ଜିଲ୍ଲାରେ ସାର ଦୁର୍ନୀତି ହୋଇନଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ।

ବୌଦ୍ଧ: ସାର ଦୁର୍ନୀତିରେ କୃଷି ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ
ବୌଦ୍ଧ: ସାର ଦୁର୍ନୀତିରେ କୃଷି ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

ଏହାପୂର୍ବରୁ ଧଳା ୟୁରିଆ ସାର ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ କିଛି ସାର ଡିଲର ଓ ସମବାୟ ସମିତିର ସଂପାଦକଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ଏହି ବଡ଼ ଘୋଟଲାରେ ଜଣେ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ କୃଷି ଅଧିକାରୀଙ୍କ ଜ୍ଞାତସାରରେ ଏଭଳି ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ସେପଟେ ଧଳା ୟୁରିଆ ସାରର କଳାବଜାରୀ ନେଇ ଖୋଦ କୃଷି ଅଧିକାରୀ ଦୁଇ ପ୍ରକାର ଉତ୍ତର ଦେଉଛନ୍ତି। ଗୋଟିଏ ପଟେ ଜିଲ୍ଲାରେ ସାର ଦୁର୍ନୀତି ଆଦୌ ହୋଇନଥିବା କଥା ଦୃଢ଼ ଭାବେ କହୁଛନ୍ତି କୃଷି ଅଧିକାରୀ। ସେପେଟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ କିଛି କର୍ମଚାରୀ ଓ ଡିଲରଙ୍କୁ କିଭଳି ନିଲମ୍ବିତ କରାଯାଇଛି। ତେବେ ଯଦି ସାର ଦୁର୍ନୀତି ହୋଇନାହିଁ ତେବେ କେଉଁ କାରଣରୁ କିଛି କର୍ମଚାରୀ ଓ ଡିଲର ଙ୍କୁ କିଭଳି ନିଲମ୍ବିତ କରାଯାଇଛି ତାହାର କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରୁନାହାନ୍ତି ପ୍ରଶାସନିକ ଅଧିକାରୀ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧଳା ୟୁରିଆ ସାରର ବ୍ୟାପକ କଳାବଜାରୀ ହୋଇଥିବା ନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ତେବେ ସେହି ସମୟରେ କୃଷି ବିଭାଗ ଓ ସମବାୟ ବିଭାଗ ସାର ଦୁର୍ନୀତି ହେଉନଥିବା କଥା କହିଥିଲେ। ସମସ୍ତ ଦୋଷ ସାର ଡିଲରଙ୍କ ଉପରକୁ ଠେଲି ଦେଇଥିଲେ ଦୁଇ ବିଭାଗ। ସାରର କଳାବଜାରୀ ଯୋଗୁଁ ଜିଲ୍ଲାର ଚାଷୀଙ୍କୁ ନାହିଁନଥିବା ହନ୍ତସନ୍ତ ହେବାକୁ ପଡ଼ିଛି। ତେବେ ପ୍ରକୃତ ସତ୍ୟ କଣ ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.