ETV Bharat / state

ବୌଦ୍ଧ RTO ଅଫିସରେ ଦୁର୍ନୀତି ଅଭିଯୋଗ, ଅଭିଯୁକ୍ତ ଅଟକ

author img

By

Published : Nov 19, 2021, 3:42 PM IST

ଚଞ୍ଚକତା ପୂର୍ଣ୍ଣ ଦୁର୍ନୀତିକୁ ନେଇ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ନିର୍ଦ୍ଦେଶରେ ଥାନାରେ ଏତଲା । ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହା ପଛରେ ଏକ ବିରାଟ ରାକେଟ କାମ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ RTO ଅଫିସରେ ଦୁର୍ନୀତି ଅଭିଯୋଗ
ବୌଦ୍ଧ RTO ଅଫିସରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ବିଭିନ୍ନ ବିଭାଗରେ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି । ଚଞ୍ଚକତା ପୂର୍ଣ୍ଣ ଦୁର୍ନୀତିକୁ ନେଇ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ନିର୍ଦ୍ଦେଶରେ ଥାନାରେ ଏତଲା । ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହା ପଛରେ ଏକ ବିରାଟ ରାକେଟ କାମ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

ବୌଦ୍ଧ RTO ଅଫିସରେ ଦୁର୍ନୀତି ଅଭିଯୋଗ

ଜିଲ୍ଲା ପରିବହନ ବିଭାଗରେ ବିରାଟ ଘୋଟାଲା । ପ୍ରଥମ ଥର ପାଇଁ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ନିର୍ଦ୍ଦେଶରେ ମାମଲା ଥାନାରେ ପହଞ୍ଚିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଆରଟିଓ ବିଭାଗରେ ସହକାରୀ ପୋଗ୍ରାମ ଅଫିସର ଭାବରେ ରଞ୍ଜନ ଦାସ ନାମକ ଯୁବକ କାର୍ଯ୍ୟ କରୁଛନ୍ତି । ରଞ୍ଜନ ସହକାରୀ ଆରଟିଓ ସାଲଖୁ ମୁର୍ମୁଙ୍କ ଅଫିସିଆଲ ପାସ ଓ୍ବାର୍ଡ ହାତେଇ ସୁଦୂର ବଡବିଲ ଅଞ୍ଚଳର 117 ଗୋଟି ଗାଡିକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏନେଇ ପରିବହନ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଆରଟିଓ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ବୌଦ୍ଧ ପୋଲିସ ଅଭିଯୁକ୍ତ ରଞ୍ଜନକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ମଧ୍ୟ ଆରଟିଓ ବିଭାଗରେ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ତେବେ ବୁଦ୍ଧିଜୀବୀ ଏହି ସାଇବର ଦୁର୍ନୀତି ପଛରେ ଏକ ଲମ୍ବା ରାକେଟ ରହିଥିବା ଅଭିଯୋଗ କରିଛନ୍ତି । ଏହି ରାକେଟରେ ବଡ ବଡ ସରକାରୀ ବାବୁଙ୍କ ହାତ ଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଇଟିଭି ଭାରତ ପକ୍ଷରୁ ଗୁରୁବାର ଦିନ ତମାମ ଆରଟିଓ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ମନା କରିଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.