ETV Bharat / state

ଶେଷ ହେଉନି ବାହାଲି ସେତୁ ନିର୍ମାଣ କାର୍ଯ୍ୟ, ହନ୍ତସନ୍ତ ହେଉଛନ୍ତି ଲୋକେ

ତିନୋଟି ଆଦିବାସୀ ଗ୍ରାମକୁ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଦୀର୍ଘ ପାଞ୍ଚ ବର୍ଷ ହେଲା ଅଧପନ୍ତରିଆରେ ବନ୍ଦ ହୋଇ ରହିଛି ସେତୁ ନିର୍ମାଣ କାର୍ଯ୍ୟ । ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 14, 2023, 12:13 PM IST

corruption in bridge construction
corruption in bridge construction
ଶେଷ ହେଉନି ବାହାଲି ସେତୁ ନିର୍ମାଣ କାର୍ଯ୍ୟ

ବୌଦ୍ଧ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା । ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଏହି ଯୋଜନା ପହଞ୍ଚିବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ପାହାଡିଆ ଝରଣା । ସରକାର ଏହାକୁ ହୃଦୟଙ୍ଗମ କରି ଉକ୍ତ ଝରଣା ଉପରେ ସେତୁ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇଥିଲେ । କିନ୍ତୁ ଉକ୍ତ ସେତୁ ନିର୍ମାଣରେ ଏଭଳି ଦୁର୍ନୀତି ହେଲା ଯେ ତାହାର ନିର୍ମାଣ କାର୍ଯ୍ୟ ଦୀର୍ଘ 5ବର୍ଷ ହେଲା ବନ୍ଦ ହୋଇ ପଡିରହିଛି । ତୁରନ୍ତ ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବଣଜଙ୍ଗଲ ଘେରା ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ବୌଦ୍ଧ ଜିଲ୍ଲାର ବଣଜଙ୍ଗଲ ଘେରା ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳରେ ଗମନାଗମନର ଅବ୍ୟବସ୍ଥା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ବିଶେଷ ଭାବରେ ହରଭଙ୍ଗା ବ୍ଲକର କୁଶଙ୍ଗ, ତଳଗାଁ, ଛତରଙ୍ଗ, ମହାଲିକପଡା, ଆଢେଣୀଗଡ ଭଳି ପଞ୍ଚାୟତର ଅନେକ ଦୁର୍ଗମ ଅଞ୍ଚଳରେ ଏଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗିରହୁଛି । ଏପରିକି ଖାସ ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତର କେତେକ ଗ୍ରାମକୁ ସବୁଦିନିଆ ଭଲ ରାସ୍ତା ଖଣ୍ଡେ ନାହିଁ । ବାଣୀଭୁଷଣପୁର ପଞ୍ଚାୟତର ବାହାଲି ,ଟିକ୍ରାସାହି ଓ କୁନ୍ଦୁଲୁକଟା ଭଳି ତିନୋଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି । ଏସବୁ ଅଞ୍ଚଳକୁ ସରକାରୀ ଯୋଜନାର ବାଟ ଓଗାଳିଛି ପାହାଡିଆ ଝରଣା ଶଗଡିଆ ନାଳ ।

ଏସବୁ ଆଦିବାସୀ ଗ୍ରାମକୁ ଯୋଗାଯୋଗ ସାମାନ୍ୟ ପାଇଁ ସରକାର କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ହରଭଙ୍ଗା ବ୍ଲକ ପକ୍ଷରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଏଥିରେ ଏଭଳି ଦୁର୍ନୀତି ହେଲା ଯେ ସେତୁ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଗଲା । ତତ୍କାଳୀନ ବିଡ଼ିଓ ଏକ ବିବାଦୀୟ ପରିସ୍ଥିତି ରେ ହରଭଙ୍ଗାରୁ ବିଦା ହୋଇଥିବା ବେଳେ ଏହାର ତଦନ୍ତ ମଧ୍ୟ ବାଟବଣା ହୋଇ ଦୀର୍ଘ ପ୍ରାୟ ପାଞ୍ଚ ବର୍ଷ ହେଲା ବନ୍ଦ ହୋଇ ରହିଗଲା । ତେବେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏସବୁ ଅଞ୍ଚଳର ଅଧିବାସୀ ଝରଣା ଡେଇଁ ଆସିବାକୁ ପଡୁଥିବା ବେଳେ ବାହାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ବାହାଲି ବିଦ୍ୟାଳୟ ଉପରେ ନିର୍ଭରଶୀଳ ଝରଣାର ଉଭୟ ପାର୍ଶ୍ଵର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ସୋମବାର ବୌଦ୍ଧ ଜିଲ୍ଲାପାଳ କରଞ୍ଜକଟା ପଞ୍ଚାୟତକୁ ଜନଶୁଣାଣୀ ପାଇଁ ଆସିଥିବା ବେଳେ ଅଞ୍ଚଳର ଅଧିବାସୀ ଏ ସମ୍ପର୍କରେ ଗୁହାରି ଜଣାଇବାକୁ ଜିଲ୍ଲାପାଳ ନିକଟରେ ପହଞ୍ଚି ଥିଲେ । ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ର ସମସ୍ୟା ରହିଆସିଛି । କୁଶଙ୍ଗ ପଞ୍ଚାୟତର ତିରଡ ଗ୍ରାମର ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକେ ସବୁଦିନିଆ ରାସ୍ତା ଅଭାବରୁ ଜମିହିଡ ଦେଇ ଯାତାୟତ କରୁଥିଲେ । ତେବେ ଭଗାମୁଣ୍ଡା ଗ୍ରାମର କେତେକ ସହୃଦୟ ନାଗରିକ ବୌଦ୍ଧ ଜିଲ୍ଲାପାଳ ଙ୍କ ସହଯୋଗ ରେ ସେମାନଙ୍କ ପୈତୃକ 52 ଡେସିମିଲ ସ୍ଥାନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ବୌଦ୍ଧର ତତ୍କାଳୀନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଉପସ୍ଥିତି ରେ ତିରଡ ଗ୍ରାମବାସୀଙ୍କ ପାଇଁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଭଗାମୁଣ୍ଡା ଗ୍ରାମବାସୀ ଉକ୍ତ ଜମିପଟ୍ଟାକୁ ହରଭଙ୍ଗା ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.