ETV Bharat / state

କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ପିସି କାରବାର ଅଭିଯୋଗ - CORRUPTION IN BOUDH

କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଗାଁର ପଲସ୍ତି ବାଘ। ଅଧିକ ପଢନ୍ତୁ...

ପିସି କାରବାର ଅଭିଯୋଗ
କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ପିସି କାରବାର ଅଭିଯୋଗ
author img

By

Published : Dec 4, 2019, 10:22 PM IST

ବୌଦ୍ଧ: କୂଅ ନିର୍ମାଣ ଟଙ୍କା ପ୍ରଦାନରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଗାଁରୁ। ହିତାଧିକାରୀଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ପିସି କାରବାର ଅଭିଯୋଗ

ଲାଣ୍ଡିବନ୍ଧ ଗାଁର ପଲସ୍ତି ବାଘ ବହୁ ଧାର କରଜ କରି କୂଅ ଖୋଳାଇଥିଲେ । ହେଲେ କୂଅ କାର୍ଯ୍ୟ ସରିବା ସହାୟତା ଟଙ୍କା ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯାଇଥିଲେ। ବାରମ୍ବାର ଦୌଡିବା ପରେ ବିଭିନ୍ନ କିସ୍ତିରେ 25 ହଜାର ଟଙ୍କା ଦିଆଯାଇଥିଲା। ବାକି ଟଙ୍କା ପିସି କାରବାର ବାବଦରେ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ନିୟମ ଅନୁସାରେ, କୂଅ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 74,500 ଟଙ୍କା ଦେବାର ନିୟମ ରହିଛି । ହେଲେ ମାତ୍ର 25 ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ଟଙ୍କା କୁଆଡେ ଗଲା ତା’କୁ ନେଇ ଉଠିଛି ପ୍ରଶ୍ନ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗରିବ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ହଡପ ଅଭିଯୋଗ ।ସରକାରୀ ଆର୍ଥିକ ସହାୟତା ରେ କୂପ ନିର୍ମାଣ ର ସିଂହ ଭାଗ ପିସି ବାବଦକୁ କଟିଲା ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତ ର ଲାଣ୍ଡିବନ୍ଧ ଗାଁରୁ ଆସିଛି ହିତାଧିକାରୀଙ୍କ ଟଙ୍କା ହଡପ ଅଭିଯୋଗ ।ସୂଚନା ମୁତାବକ ଲାଣ୍ଡିବନ୍ଧ ଗାଁର ଗରିବ ପଲସ୍ତି ବାଘ ବହୁ ଚେଷ୍ଟା ପରେ ନିଜ ଜମିରେ ଚାଷ ପାଇଁ ସରକାରଙ୍କ ଠାରୁ ଆର୍ଥିକ ସହାୟତା ରେ ଏକ କୂପଖନନ କରାଇଥିଲେ ।ଧାର ଉଧାର କରି ପଲସ୍ତି କୂପ କାର୍ଯ୍ୟ ସାରିବା ପରେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡିବା ପରେ ଦୁଇ ହଜାର, ପାଞ୍ଚ ହଜାର ଟଙ୍କା କରି ବିଭିନ୍ନ କିସ୍ତିରେ ପଲସ୍ତି ଙ୍କୁ ପଞ୍ଚାୟତ ରୁ ପ୍ରାୟ ପଚିଶ ହଜାର ଟଙ୍କା ଦିଆଯାଇଥିଲା । ଏଠାରେ ପ୍ରକାଶ ଥାଉକି ହିତାଧିକାରୀଙ୍କ ସେଚକୂପ ର ସମୁଦାୟ ଅର୍ଥ ୭୪,୫୦୦/ଟଙ୍କା ଆକାଉଣ୍ଟ ମାଧ୍ୟମରେ ପ୍ରଦାନ ର ବ୍ୟବସ୍ଥା ରହିଥିଲେ ମଧ୍ୟ କେଉଁ କାରଣରୁ ଏବଂ କିଏ ଏହି ଟଙ୍କା ଉଠାଣ କରିଥିଲା ସେନେଇ ଏବେ ପ୍ରଶ୍ନ ଉଠିଛି ।ଏ ସମ୍ପର୍କରେ ହିତାଧିକାରୀ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ପଞ୍ଚାୟତ ପକ୍ଷରୁ କୋଡିଏ ହଜାର ଟଙ୍କା ପଲସ୍ତି ଙ୍କୁ ଦିଆଯାଇ ବାକି ତିରିଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ପିସି ବାବଦରେ ହଡପ କରାଯାଇଥିବା ଅଭିଯୋଗ ହୋଇଛି ।ପଲସ୍ତି ଓ ତାଙ୍କ ପରିବାରକୁ ଆଜି ଯାଏ ଘର ଖଣ୍ଡେ ମିଳି ନଥିବାରୁ ସେମାନେ ଏକ ଦଦରା ଘରେ କାଳ କାଟୁଥିବା ବେଳେ ଏବେ ପୁଣି କୂଅ ଟଙ୍କା ହଡପ ସେମାନଙ୍କୁ ଚିନ୍ତାରେ ପକାଇଛି ।ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗରିବ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Body:ଲାଣ୍ଡିବନ୍ଧ ରେ ହିତାଧିକାରୀଙ୍କ ସେଚକୂପ ଟଙ୍କା ପ୍ରଦାନ ରେ ଅନିୟମିତତା ଅଭିଯୋଗ ।

Conclusion:ବାଇଟ-୧-ପଲସ୍ତି ବାଘ,ହିତାଧିକାରୀ
ବାଇଟ-୨-ସନ୍ତୋଷ ବାଘ,ଗରିବ ହିତାଧିକାରୀ
ବାଇଟ-୩-ଗଣେଶ ବେହେରା, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.