ETV Bharat / state

ପୁଣି ବୌଦ୍ଧରେ କୋରୋନା ନିୟମ ଉଲ୍ଲଂଘନ, ଏକାଠି ହେଲେ ଶହଶହ ଲୋକ - ଟିକାଦାନ କେନ୍ଦ୍ରରେ ଭିଡ

ଜିଲ୍ଲାରେ ହ୍ରାସ ପାଉଛି ସଂକ୍ରମଣ ହାର । ଲକଡାଉନ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କଣ୍ଟାମାଳ ବ୍ଲକରେ କୋରୋନା କଟକଣାକୁ ବାରମ୍ବାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପୁଣି ବୌଦ୍ଧ ଜିଲ୍ଲାରେ କୋରୋନା ନିୟମ ଉଲ୍ଲଂଘନ
ପୁଣି ବୌଦ୍ଧ ଜିଲ୍ଲାରେ କୋରୋନା ନିୟମ ଉଲ୍ଲଂଘନ
author img

By

Published : Jun 28, 2021, 1:32 PM IST

ବୌଦ୍ଧ: ଜିଲ୍ଲାରେ ସଂକ୍ରମଣର ହାର ରେକର୍ଡ ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଛି । ସୋମବାର ବୌଦ୍ଧ ଜିଲ୍ଲାରୁ ମାତ୍ର 16 ଜଣ ସଂକ୍ରମିତ ଚିହ୍ନଟ ସମସ୍ତଙ୍କୁ ଆଶ୍ବସ୍ଥି କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଟିକାଦାନ କେନ୍ଦ୍ରରେ 18 ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟିକାଦାନ ଜାରି ରହିଛି । ସେପଟେ କଣ୍ଟାମାଳ ବ୍ଲକରେ କିନ୍ତୁ ବାରମ୍ବାର କୋଭିଡ ଆଇନର ଖୋଲାଖୋଲି ଉଲଙ୍ଘନ କରାଯାଉଛି ।

ପୁଣି ବୌଦ୍ଧ ଜିଲ୍ଲାରେ କୋରୋନା ନିୟମ ଉଲ୍ଲଂଘନ

ଗତ କିଛି ଦିନ ପୂର୍ବରୁ କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ସଦର ମହକୁମାର ଏକ ବନ୍ଧରେ ଶହ ଶହ ଲୋକ ଏକତ୍ରିତ ହୋଇ ମାଛଧରା ଘଟଣାରେ ବ୍ଲକ ପ୍ରଶାସନ କଡା ସମାଲୋଚନାର ଶୀକାର ହୋଇଥିଲା । ବର୍ତ୍ତମାନ ପୁଣିଥରେ ପୂଜା ପରମ୍ପରା ନାରେ ଅନ୍ଧ ବିଶ୍ବାସ ବଶବର୍ତ୍ତୀ ହୋଇ ଶହ ଶହ ଲୋକ କୋଭିଡ ଆଇନ ନିୟମକୁ ଉଲଙ୍ଘନ କରିବାର ଏକ ଭିଡିଓ ଭାଇରାଲ ହୋଇଛି ।

ସୂଚନା ମୁତାବକ କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଶ୍ରୀମାଲ ଗ୍ରାମର ତେଲନଦୀ କୂଳରେ ଥିବା ଏକ ଧାର୍ମିକ ପୀଠରେ ପାପ ମୋଚନ ପାଇଁ ନଦୀରେ ବୁଡ ସହିତ ପୂଜାର୍ଚ୍ଚନା ପାଇଁ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ତେବେ ବାରମ୍ବାର କଣ୍ଟାମାଳ ବ୍ଲକରେ ଏଭଳି ଘଟଣା ମାନ ଘଟୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଓ ପୋଲିସର ଭୂମିକାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.