ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ, ଲକଡାଉନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା - lockdown

ବୌଦ୍ଧରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା। ସେପଟେ ରାଜ୍ୟ ସରକାର ଘୋଷଣା କରିଥିବା ଲକଡାଉନକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। ଅଧିକ ପଢନ୍ତୁ...

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ, ଲକଡାଉନକୁ ବୃଦ୍ଧିଜୀବୀ ମହଲରେ ପ୍ରଶଂସା

author img

By

Published : May 2, 2021, 2:13 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି(ରବିବାର) ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସହ 3 ଅଙ୍କ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ଜିଲ୍ଲାରୁ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ବୌଦ୍ଧ ପୌରାଞ୍ଚଳରୁ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକରୁ ସର୍ବାଧିକ 36 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବୌଦ୍ଧ ବ୍ଲକରୁ 18 ଓ କଣ୍ଟାମାଳ ବ୍ଲକରୁ 28 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ, ଲକଡାଉନକୁ ବୃଦ୍ଧିଜୀବୀ ମହଲରେ ପ୍ରଶଂସା

ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ବସ୍ତି ସମେତ ବିଭିନ୍ନ ଗ୍ରାମର ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେପଟେ ଆଜି ରାଜ୍ୟ ସରକାର ଘୋଷଣା କରିଥିବା ଆସନ୍ତା 5ରୁ 19 ପର୍ଯ୍ୟନ୍ତ ଲକଡାଉନକୁ ବୌଦ୍ଧର ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.